ସୁରାଟରୁ ନିଃସହାୟ ମହିଳା ବିମାନ ଯୋଗେ ଓଡ଼ିଶା ଫେରିଲେ

ବୁଗୁଡା, (ଅନିଲ ମହାରଣା): ସ୍ୱାମୀଙ୍କ ଦେହାନ୍ତ ପରେ ସୁରାଟରେ ରହୁଥିବା ପୁରୀ ଜିଲ୍ଲାର ଜଣେ ନିଃସହାୟ ବିଧବା ମହିଳା ପ୍ରବାସୀ ଓଡ଼ିଆ ସମାଜର ସହଯୋଗରେ ବିମାନ ଯୋଗେ ଫେରିଛନ୍ତି ଓଡ଼ିଶା। ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପ୍ରକାରେ ପ୍ରବାସୀ ଓଡ଼ିଆଙ୍କୁ ନିଜ ରାଜ୍ୟକୁ ଫେରାଇ ନେବାର ଦାୟିତ୍ୱ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ହୋଇଥିବା ବେଳେ ଏହି କାର୍ଯ୍ୟ ସମ୍ପାଦନ କଲେ ପ୍ରବାସୀ ଓଡ଼ିଆ ସମାଜର ସଭାପତି ପ୍ରଦୀପ କୁମାର ସାହୁ। ପୁରୀ ଜିଲ୍ଲାର ନିରଞ୍ଜନ ପଣ୍ଡା ଓ ପତ୍ନୀ ସୌଦାମିନୀ ପଣ୍ଡା ସୁରାଟରେ ରହୁଥିଲେ। କୌଣସି କାରଣରୁ ନରଞ୍ଜନ ପଣ୍ଡାଙ୍କ ଦେହାନ୍ତ ହେବା ଯୋଗୁଁ ସୁରାଟରେ ସ୍ୱର୍ଗତ ନିରଞ୍ଜନଙ୍କ ଶବ ସତ୍କାର ହୋଇଥିଲା। ସ୍ବର୍ଗତ ନିରଞ୍ଜଙ୍କ ବିଧବା ପତ୍ନୀ ନିଃସହାୟ ଅବସ୍ଥାରେ ଥିବାବେଳେ ସହଯୋଗର ହାତ ବଢାଇଥିଲେ ସୁରାଟ ପ୍ରବାସୀ ଓଡ଼ିଆ ସମାଜ। ସରକାରୀ ସହଯୋଗ ନମିଳିବା ଯୋଗୁଁ ଓଡ଼ିଆ ସମାଜର ସଭାପତି ପ୍ରଦୀପ କୁମାର ସାହୁଙ୍କ ପ୍ରତ୍ୟକ୍ଷ ଚେଷ୍ଟାରେ ନିଃସହାୟ ବିଧବା ମହିଳା ସୌଦାମିନୀ ପଣ୍ଡାଙ୍କୁ ବିମାନରେ ଭୁବନେଶ୍ବର ପଠାଇଥିଲେ। ପ୍ରବାସୀ ଓଡ଼ିଆ ସମାଜ ମୁଖ୍ୟ ଶ୍ରୀ ସାହୁଙ୍କ ସହଯୋଗ ପାଇଁ ପଣ୍ଡା ପରିବାର କୃତଜ୍ଞତା ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ