‘ମାନବୀର’ ବନ ସୁରକ୍ଷା ସମିତି ଆନୁକୁଲ୍ୟରେ ବନୋତ୍ସବ ପାଳିତ
ରାଇରଙ୍ଗପୁର, (ଅକ୍ଷୟ ବିଶ୍ୱାଳ): ରାଇରଙ୍ଗପୁର-ବୃକ୍ଷ ହଁ ଜୀବନ । ଜଙ୍ଗଲ, ଜୀବଜନ୍ତୁ ଓ ମଣିଷ ସମସ୍ତେ ପରିପୂରକ ।୭୧ ତମ ବନୋତ୍ସବ ମୟୂରଭଂଜ ଜିଲ୍ଲାର ଜାମଦା ବ୍ଲକର ମାନବୀୟ ଗାଁର ବନସୁରକ୍ଷା ସମିତି ଆନୁକୁଲ୍ୟରେ ଜୁନ ୩ ତାରିଖ ଦିନ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଜାମଦା ବିଡ଼ିଓ ,ବହଳଦା ରେଞ୍ଜ ଅଫିସର ରବୀନ୍ଦ୍ର ନାଥ ମହାନ୍ତ, ଫରେଷ୍ଟ ଗାର୍ଡ ରତିକାନ୍ତ ପଲେଇ,ମାନବୀର ବନରକ୍ଷୀ ସୁନିଲ ମାଝୀ,ଜାମଦା ବନରକ୍ଷୀ ରଂଜୀତା ମହାନ୍ତ,ଜାମଦା ସେକସନ ପାରାଷ୍ଟାଫ ,ମାନବୀର ବନସୁରକ୍ଷା ସମିତି ସଦସ୍ୟ ସଦସ୍ୟମାନେ ଉପସ୍ଥିତ ରହି ବୃକ୍ଷ ରୋପଣ କରିଥିଲେ ।


