ବନ୍ତରେ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ

ବନ୍ତ, (ଯୁଗାବ୍ଦ ନ୍ୟୁଜ୍ ) : ସୋମବାର ବନ୍ତ ବ୍ଲକ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପ ତରଫରୁ ବିଶ୍ୱ ସ୍ତନ୍ୟପାନ ସପ୍ତାହ ପାଳିତ ହୋଇଯାଇଛି । ବ୍ଲକ ସମ୍ମିଳନୀ କକ୍ଷରେ ସିଡିପିଓ ରେଣୁବାଳା ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ଆୟୋଜିତ ସଚେତନତା ସଭାରେ ଜିଲା ପରିଷଦ ସଭ୍ୟା ରେବତୀ ନାୟକ, ଟିଲୋ ସରପଞ୍ଚ ନିହାରିକା ରାଉତ, ବ୍ଲକ ପ୍ରକଳ୍ପ ସଂଯୋଜକ ଚିରଞ୍ଜୀବ୍ ଦାସ, ସୁପରଭାଇଜର ଜ୍ୟୋତ୍ସ୍ନା ଚାନ୍ଦ, ପ୍ରିତି ଉଦ୍ଗାତା, ସୁଶ୍ରୀ ସଙ୍ଗୀତା ନାୟକ, ରେଖା ନାୟକ ପ୍ରମୁଖ ଯୋଗ ଦେଇ ଦିବସ ପାଳନ ସଂପର୍କରେ ବକ୍ତବ୍ୟ ପ୍ରଦାନ କରିଥିଲେ । ପ୍ରାରମ୍ଭରେ ବିଭିନ୍ନ ପଞ୍ଚାୟତରୁ ଆସିଥିବା ଅଙ୍ଗନୱାଡି କର୍ମୀ ଓ ୱାର୍ଡ ସଭ୍ୟା ମାନେ ହାତରେ ବ୍ୟାନର ଓ ପ୍ଲାର୍ଡ ଧରି ସ୍ଲୋଗାନ ଦେଇ ବଜାର ପରିକ୍ରମା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ