ପାରଳାରେ କୋଭିଡ୍ ପରୀକ୍ଷା କେନ୍ଦ୍ରକୁୁ ବିରୋଧ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) – ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ୱାର୍ଡ ନମ୍ବର-୪ ଅନ୍ତର୍ଗତ ଭଣ୍ଡାରୀ ସାହି ଠାରେଥିବା ପୌରପରିଷଦ ଚିକିତ୍ସାଳୟ ଠାରେ କୋଭିଡ୍ ପରୀକ୍ଷା କେନ୍ଦ୍ରକୁନେଇ ଅଞ୍ଚଳବାସୀଙ୍କ ତରଫରୁ ବିରୋଦ୍ଧ କରାଯାଇଛି । ସୂଚନା ଯୋଗ୍ୟ ଯେ ଏଠାରେ ପୌରପରିଷଦ ତରଫରୁ ବହୁ ବର୍ଷହେଲା ସହରାଞ୍ଚଳ ଲୋକମାନଙ୍କ ସ୍ୱାସ୍ଥ୍ୟ ଚିକିତ୍ସା ନିମନ୍ତେ ଏକ ଚିକିତ୍ସାଳୟ ପ୍ରତିଷ୍ଠିତ ହୋଇ ରୋଗୀମାନଙ୍କୁ ଚିକିତ୍ସିତ କରାଯାଉଥିଲା । ସେଥି ମଧ୍ୟରୁ କିଛି ଦିନ ପୂର୍ବେ ଏପରି ରୋଗୀମାନଙ୍କ ଯିବା ଆସିବାକୁ ନେଇ ଚିକିତ୍ସାଳୟର ଫାର୍ମାସିଷ୍ଟ ଏବଂ ସେହି ଅଞ୍ଚଳର ଅନ୍ୟ ଏକ ବ୍ୟକ୍ତି କରୋନା ପଜିଟିଭ୍‌ର ଶିକାର ହୋଇଥିଲେ । ଯାହାକୁ କେନ୍ଦ୍ର କରି ୯ତାରିଖରୁ ଏହି ଅଞ୍ଚଳଟିକୁ କଣ୍ଟେନ୍‌ମେଣ୍ଟ ଜୋନ୍ ଘୋଷଣା କରାଯାଇଥିବାବେଳେ । ଆଜି ହଠାତ ଦୁଇ ଦିନ ହେଲା ବନ୍ଦ କରାଯାଇଥିବା ସ୍ୱାସ୍ଥ୍ୟ କେନ୍ଦ୍ରକୁ ଖୋଲାଯାଇ ସେଠାରେ କୋଭିଡ୍ ପରୀକ୍ଷା କେନ୍ଦ୍ର କରାଯିବ ବୋଲି ପ୍ରସ୍ତୁତି ଆରମ୍ଭ ହୋଇଛି । ଯାହାର ଖବର ଅଞ୍ଚଳରେ ପ୍ରକାଶ ପାଇବାପରେ ସେହି ଅଞ୍ଚଳର ପୂର୍ବତନ କାଉନସିଲର ବିଭୂତି ଭୂଷଣ ବେହେରାଙ୍କ ନେତୃତ୍ୱରେ କେତେକ ଅଞ୍ଚଳବାସୀ ଚିକିତ୍ସା କେନ୍ଦ୍ର ସମ୍ମୁଖରେ ସେଠାରେ ପରୀକ୍ଷା କେନ୍ଦ୍ର ଖୋଲାଯିବାକୁ ବିରୋଧ କରିଛନ୍ତି । ସେମାନଙ୍କ କହିବା ଅନୁସାରେ ଏଠାରେ ପୂର୍ବରୁ ରୋଗୀମାନେ କରୋନାର ଶିକାର ହୋଇଛନ୍ତି ଏବଂ ବର୍ତ୍ତମାନ ଏହି ଚିକିତ୍ସାକେନ୍ଦ୍ରକୁ ବାହାର ଅଞ୍ଚଳ ଲୋକେ ଆସି କୋଭିଡ ପରୀକ୍ଷା କଲେ ଏଠାରେ ଆହୁରି କରୋନା ସଂକ୍ରମଣ ବଢିବାର ସମ୍ଭାବନା ରହିଛି ବୋଲି ଅଞ୍ଚଳବାସୀମାନେ ଭୟଭୀତ ହୋଇ ବିରୋଧ କରିଥିବାର ଜଣାପଡିଛି । କାରଣ ଏହି ଚିକିତ୍ସା କେନ୍ଦ୍ରଟି ପାଶ୍ୱର୍ରେ ବହୁ ଜନବସତି ଅଞ୍ଚଳ ରହିଥିବାବେଳେ ନିକଟରେ ଓ ଆଗପଟରେ ବିଭିନ୍ନ ବାସଗୃହ ଗୁଡିକ ରହିଛି ବୋଲି ସେମାନେ ସବୁ ମିଳିତ ଭାବେ ବିରୋଧ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ