ଦିନରେ ଭାରୀଯାନବାହନ ଚାଲିବା ପାଇଁ ଜିଲ୍ଲା ପ୍ରଶାସନର ପ୍ରୟାସ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ୍): ଗୋପାଳପୁର ପୋର୍ଟ କୁ ଏଣିକି ଭାରିଯାନ ବାହାନ ଚଳାଚଳ ଦିନରେ କରିବା ନିମନ୍ତେ ଆଜି ଜିଲ୍ଲାପ୍ରଶାସନ , ଗୋପାଳପୁର ପୋର୍ଟ କର୍ତ୍ତୃପକ୍ଷ ଏବଂ ଗ୍ରାମବାସୀଙ୍କ ମଧ୍ୟରେ ତ୍ରିପାକ୍ଷୀକ ଆଲୋଚନା ବୈଠକ ମଙ୍ଗଳବାର ସନ୍ଧ୍ୟାରେ ଛତ୍ରପୁର ଉପଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଅତିରିକ୍ତ ଜିଲ୍ଲାପାଳ ଲକ୍ଷ୍ମୀକାନ୍ତ ସେଠୀ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଗୋପାଳପୁର ବନ୍ଦର ଓ ଆଇଆରଇକୁ ମାଲ ପରିବହନ ନିମନ୍ତେ ବିଭିନ୍ନ ଗ୍ରାମ୍ୟରାସ୍ତା ଦେଇ ଭାରୀଯାନା ଚଳାଚଳ କେବଳ ରାତି ୧୦ ଟାରୁ ସକାଳ ୬ ଟା ପର୍ଯ୍ୟନ୍ତ ଚଳାଚଳ ହେଉଛି । ଏହାକୁ କିପରି ଦିନରେ ମଧ୍ୟ ଚଳାଚଳ ହେବ ସେଥିପ୍ରତି ଆଲୋଚନା କରାଯାଇଥିଲା । କେବଳ ଛୁଟି ଦିନ ଗୁଡିକରେ ଦିନରେ ହିଁ ଭାରୀଯାନ ଚଳାଚଳ ହେଲେ କୌଣସି ଆପତ୍ତି ରହିବ ନାହିଁ ବୋଲି ଜିଲ୍ଲା ପ୍ରଶାସନ ତରଫରୁ ଗ୍ରାମବାସୀଙ୍କ ଠାରେ ପ୍ରସ୍ତାବ ରଖିଥିଲେ । ଏଥିସହ ପ୍ରତି ଛକ ଗୁଡିକରେ ପୁଲିସ ଓ ସିକ୍ୟୁର୍ଟିର ବ୍ୟବସ୍ଥା ମଧ୍ୟରେ ଗାଡି ଚଳାଚଳ ହେବ ବୋଲି ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସେଠୀ କହିଛନ୍ତି । ବନ୍ଦରକୁ ମାଲ ପରିବହନ ନିମନ୍ତେ ଭାରୀଯାନ ଚଳାଚଳ ପ୍ରସଙ୍ଗରେ କଣମଣା ପଞ୍ଚାୟତର ବିଭିନ୍ନ ଗ୍ରାମର ସହ କ୍ଷତିଗ୍ରସ୍ତ ଗ୍ରାମ ଗୁଡିକର ପ୍ରାୟ ୮୦ ରୁ ୯୦ ଜଣଙ୍କୁ ସିକ୍ୟୁର୍ଟି କର୍ମଚାରୀ ଭାବେ ନିଯୁକ୍ତି ଦିଆଯିବ । ତୁରନ୍ତ ସେମାନଙ୍କ ତାଲିକା ପ୍ରଦାନ କରିବା ପରେ ପୁଲିସ ଯାଞ୍ଚ କରି ସେମାନଙ୍କୁ ନିଯୁକ୍ତି ଦିଆଯିବ । ଏଥିସହ ଗ୍ରାମ୍ୟ ରାସ୍ତାର କେଉଁ ଛକ ଗୁଡିକରେ ପୁଲିସ ମୁତୟନ କରାଯିବ ତାହାର ମଧ୍ୟ ତାଲିକା ଆସନ୍ତାକାଲି ଛକ ଗୁଡିକରେ ଜିଲ୍ଲା ପ୍ରଶାସନର ଅଧିକାରୀ ଏବଂ ଗ୍ରାମବାସୀ ଉପସ୍ଥିତ ରହି ସ୍ଥିର କରାଯିବ । ସେହିପରି ପୂର୍ବ ପ୍ରତିଶ୍ରୁତି ଅନୁସାରେ ଜିଲ୍ଲା ପ୍ରଶାସନ ଓ ଗୋପାଲପୁର ବନ୍ଦର ଗ୍ରାମ ଗୁଡିକର ପରିପାଶ୍ୱର୍ର ବିକାଶ ଦିଗରେ କାର୍ଯ୍ୟକାରୀ କରିବେ । ଏଥିପାଇଁ ଗ୍ରାମବାସୀ, ପଞ୍ଚାୟତ ପ୍ରତିନିଧିଙ୍କ ମତାମତରେ ଉନ୍ନୟନ ମୂଳକ କାର୍ଯ୍ୟ ଖୁବ୍ ଶୀଘ୍ର କରାଯିବ ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି । ଏହି ବୈଠକରେ ଛତ୍ରପୁର ଉପଜିଲ୍ଲାପାଳ ପ୍ରିୟ ରଞ୍ଜନ ପୃଷ୍ଟି, ଛତ୍ରପୁର ବିଡିଓ ଅମ୍ବିକା ପ୍ରସାଦ ଦାଶ, ତହସିଲଦାର ନୀଳମାଧବ ଭୋଇ, ଆସିଷ୍ଟାଣ୍ଟ କଲେକ୍ଟର ଶରତ କୁମାର ପାତ୍ର, ଏସ୍ଡିପିଓ ଉକ୍ରଳ କେଶରୀ ଦାଶ, କଣମଣା ସରପଞ୍ଚ ଏସ୍.ଚକ୍ରପାଣି ରେଡ୍ଡି, ଦିଲ୍ଲୀ ରେଡ୍ଡିଙ୍କ ସମେତ ବହୁ ସଂଖ୍ୟକ ଗ୍ରାମବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ