ମାରୁତି କାର ଦୂର୍ଘଟଣା ଗ୍ରସ୍ତ ୧ ମୃତ ,୬ ଆହାତ

ଜି ଉଦୟଗିର.,(ଯୁଗାବ୍ଦ ନ୍ୟୁଜ୍): ଜି ଉଦୟଗିର କଳିଙ୍ଗା ନିକଟସ୍ଥ ବିଦିଙ୍ଗିଆ ଠାରେ ଗତ କାଲି ଅପରାହ୍ନରେ ଭାରସାମ୍ୟ ହରାଇ ଏକ ମାରୁତି କାର ରାସ୍ତାକଡକୁ ଖସିଯାଇ ପଥରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦୂଘଁଟଣାରେ ଜଣେ ବାଳକର ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି।ମୃତକ ହେଲେ ସୋନୁ ପଣ୍ଡା(୧୨)।ଗଂଜାମ ଜିଲ୍ଲାର ପୁରୁଷୋତ୍ତମପୁରରୁ ଦୁଇଟି ପରିବାରର ଲୋକ କାରରେ ଚକାପାଦ ଶିବ ମନ୍ଦିରକୁ ପାଣି ଢାଳିବାକୁ ଆସି ଫେରିବା ସମୟରେ କଳିଙ୍ଗା ନିକଟସ୍ଥ ବିଦିଙ୍ଗିଆ ଠାରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ପ୍ରତ୍ୟେକଙ୍କୁ ଜି ଉଦୟଗିରି ମେଡିକାଲରେ ପ୍ରାଥମିକ ଚିକିତ୍ସା କରାଯାଇ ବ୍ରହ୍ମପୁର ସ୍ଥାନାନ୍ତରିତ କରାଯାଉ ଥିବାବେଳେ ବାଟରେ ସୋନୁଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ