ଏନଏସି ଓ ବ୍ଲକ ଅଂଚଳରୁ ୩୧ଜଣ କରୋନା ପଜିଟିଭ ଚିହ୍ନଟ

ଛତ୍ରପୁର, (ଓ୍ବାଇଏନ୍ଏସ୍) : ରବିବାର ଜିଲ୍ଲାରେ ୩୦ କୋଭିଡ ଯୋଦ୍ଧାଙ୍କ ସମେତ୨୪୭ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସେଥିମଧ୍ୟରୁ ଛତ୍ରପୁର ବ୍ଲକ ଓ ଏନଏସି ଅଂଚଳରୁ ୩୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୩ଜଣ କୋଭିଡ ଯୋଦ୍ଧା ରହିଥିବା ବେଳେ ଜଣକ ଟ୍ରାଭେଲ ହିଷ୍ଟ୍ରି ରହିଛି । ୯ଜଣ ଛତ୍ରପୁର ଏନଏସି ଅଂଚଳରୁ ଚିହ୍ନଟ ହୋଇଛନ୍ତି । ଆଉ ବଳକା ଛତ୍ରପୁର ବ୍ଲକର ବିଭିନ୍ନ ପଞ୍ଚାୟତରୁ ଚିହ୍ନଟ ହୋଇଥିବା ଜଣାପଡିଛି । ରବିବାର ଛତ୍ରପୁର ଏନଏସିରେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବ୍ୟକ୍ରି ବିଶେଷ ମାନଙ୍କୁ କୋଭିଡ ଆମ୍ବୁଲାନ୍ସ ଯୋଗେ ଆନୁଷ୍ଠାନିକ ଆଇସୋଲେସନ ସେଣ୍ଟର କୁ ପଠାଇବା ନିମନ୍ତେ ଛତ୍ରପୁର ତହସିଲଦାର ନୀଳମାଧବ ଭୋଇ, ଏନଏସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଏନ.ଗଣେଷ ବାବୁ ଏବଂ ସ୍ୱାସ୍ଥ୍ୟ ଓ ଏନଏସି କର୍ମଚାରୀ ମାନେ ବିଭିନ୍ନ ସାହୁ ବସ୍ତିକୁ ଯାଇ ଚିହ୍ନଟ କରୋନା ଆକ୍ରାନ୍ତ ବ୍ୟକ୍ତି ମାନଙ୍କୁ ସାହାସ ଦେଇ ଆମ୍ବୁଲାନ୍ସ ଯୋଗେ ପଠାଉଛନ୍ତି । ସେପଟେ ଏନଏସିର ପ୍ରତ୍ୟେକ ୱାର୍ଡର ଘରକୁ ଘର ପରିକ୍ରମା କରି ୫ଟି ସ୍ୱାସ୍ଥ୍ୟ ଟିମ ଲୋକଙ୍କ ସ୍ୱାସ୍ଥ୍ୟ ଯାଞ୍ଚ କରୁଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ