ସାମ୍ୱାଦିକ ସଚେତନତା ପାଇଁ ବୈଠକ

ଜଗନ୍ନାଥପ୍ରସାଦ, (ସନ୍ତୋଷ କୁମାର ଜେନା):ଜଗନ୍ନାଥ ପ୍ରସାଦ ସାମ୍ବାଦିକ ସଂଘ,(ଛାପା ପ୍ରକାଶନ)ର ଏକ ଜରୁରୀ ବୈଠକ ଜଗନ୍ନାଥ ପ୍ରସାଦ”ରାଣୀ ଗଣ୍ଡ’ ଠାରେ ସଂଘ ସଭାପତି ଚନ୍ଦ୍ରକେତୁ ରାଉତ ଙ୍କ ପୌରହିତ୍ୟ କୋଭିଡ ନୀୟମ ପାଳନ କରି ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଉପଦେଷ୍ଟା ପ୍ରଦୀପ୍ତ ଭୂୟାଁ, ଆଇନ ପରାମର୍ଶଦାତା ଜ୍ୟୋତିରଞ୍ଜନ ପ୍ରଧାନ, ସାମ୍ବାଦିକ ଦିଗାମ୍ବର ନାୟକ, ବିଭୂ ପ୍ରସାଦ ପଟ୍ଟନାୟକ, ଧନଞ୍ଜୟ ପଟ୍ଟନାୟକ, ପଦ୍ମନିଧି ଚୌଧୁରୀ, ପ୍ରଦୀପ କୁମାର ଚୌଧୁରୀ, ମୃତ୍ୟୁଞ୍ଜୟ ପଣ୍ଡା, ଚିତ୍ତରଞ୍ଜନ ଗନ୍ତାୟତ, ଦେବାଶିଷ ଷଡଙ୍ଗୀ, ଭାସ୍କର ନାୟକ,ଯୋଗ ଦେଇଥିଲେ l ମହାମାରି କରୋନା ସମୟରେ ନିଜକୁ ସୁରକ୍ଷିତ ରଖି ଯଥା ସମ୍ଭବ କରୋନା ଯୋଦ୍ଧା ର କାର୍ଯ୍ୟ ତୁଲାଇବା ସଂପର୍କରେ ଆଲୋଚନା ହୋଇଥିଲା । କୋଦଳା ଓ ଶେରଗଡରେ କରୋନା ସଂଦିଗ୍ଧଙ୍କ ଶବକୁ କେହି ଛୁଇଁ ନଥିବା ସାମ୍ୱାଦିକ ବନ୍ଧୁ ମାନଙ୍କ କାର୍ଯ୍ୟ ଖୁବ ପ୍ରଶଂସନୀୟ ବୋଲି ଆଲୋଚନା ହେବାସହ ଏହି ବୈଠକରେ ସାମ୍ବାଦିକ ମାନଙ୍କ ଏକତା, ପଞ୍ଜିକରଣ, ସରକାରୀ ପରିଚୟ ପତ୍ର, ନିରପେକ୍ଷ ସମ୍ବାଦ ପରିବେଷଣ, ସତ୍ୟ ଘଟଣା ସମ୍ପର୍କରେ ପ୍ରମାଣ ପତ୍ର ଓ ଫୋଟୋ ସଂଗ୍ରହ, ଖବର ସଂଗ୍ରହ ସମୟରେ ସାମ୍ବାଦିକ ଙ୍କ ଉପରେ ଆକ୍ରମଣ, ଗାଳି, ବିରୋଧ କରୁଥିବା ଅସାମାଜିକ ବ୍ୟକ୍ତି ଙ୍କ ବିରୋଧରେ ସମସ୍ତ ଛାପା ସାମ୍ବାଦିକ ଏକ ହୋଇ ମିଳିତ ପ୍ରତିବାଦ କରି ଆଇନ ର ଆଶ୍ରୟ ନେବା ପାଇଁ ସଂକଳ୍ପ ନିଆ ଯାଇଥିଲା ଶେଷରେ ଉପସଭାପତି ମୃତ୍ୟୁଞ୍ଜୟ ପଣ୍ଡା ସମସ୍ତଙ୍କୁ କୃତଜ୍ଞତା ଓ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ