ମୂଳ ସ୍ଥାନକୁ ଫେରିଲେ କନିଷ୍ଠ କିରାଣୀ
ବନ୍ତ,(ଯୁଗାବ୍ଦ ନ୍ୟୁଜ୍) : କନିଷ୍ଠ କିରାଣୀ ସେକ୍ ଆବୁ ଫୟାଜ୍ ବନ୍ତ ତହସିଲର ମୂଳ ସ୍ଥାନକୁ ଫେରି ଆସିଥିବାର ଜଣାଯାଇଛି । ପ୍ରକାଶ ଯେ, ବନ୍ତ ତହସିଲରେ ୩ ଜଣ କନିଷ୍ଠ କିରାଣୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ସେକ୍ ଆବୁ ଫୟାଜ୍ଙ୍କୁ ଗତ ୧ ବର୍ଷରୁ ଉଦ୍ଧର୍୍ ହେବ ଡେପୁଟେସନରେ ଭଦ୍ରକ ଜିଲା କାର୍ୟ୍ୟାଳୟକୁ ଯାଇଥିଲେ । ଫଳରେ ରେକର୍ଡ ରୁମ୍ର କାମ ସଠିକ୍ ଭାବେ ହୋଇପାରୁନଥିଲା । ଗତ ଶୁକ୍ରବାର ସଂପୃକ୍ତ କିରାଣୀଙ୍କୁ ଜିଲା ପ୍ରଶାସନ ମୂଳ ସ୍ଥାନକୁ ଫେରାଇ ଥିବାରୁ ତହସିଲ କାର୍ୟ୍ୟ ସ୍ୱାଭାବିକ୍ ହେବ ବୋଲି ଜଣାଯାଇଛି । ଅପରପକ୍ଷେ ତହସିଲରେ ୬ ଜଣ ଅମିନ ଆବଶ୍ୟକ ଥିବା ବେଳେ ଜଣେ ଅମିନ ଏଠାରେ କାର୍ୟ୍ୟ କରୁଥିଲେ । ଦୀର୍ଘ ଦିନ ହେବ ସଂପୃକ୍ତ ଅମିନ ଜଣକ ଦୁର୍ଘଟଣାଗ୍ରସ୍ତ ହୋଇ ଛୁଟିରେ ଥିବାରୁ ଅସ୍ଥାୟୀ ଅମିନରେ କାମ ଚଳାଯାଉଛି । ତେବେ ଜିଲା ପ୍ରଶାସନ ତହସିଲ କାର୍ୟ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ତୁରନ୍ତ ଅମିନ ନିଯୁକ୍ତି କରିବାକୁ ସାଧାରଣରେ ଦାବୀ ହୋଇଛି ।


