ଚୋରାଚାଲାଣ ବେଳେ ୩୮ ବସ୍ତା ଭାଙ୍ଗ ଜବତ ୨ ଗିରଫ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା):ଗଜପତି ଜିଲ୍ଲା ମୋହନା ଥାନା ପକ୍ଷରୁ ପେଟ୍ରୋଲିଂ ସମୟରେ ୩୮ ବସ୍ତା ଭାଙ୍ଗ ଜବତ କରାଯାଇ ୨ଜଣଙ୍କୁ ଗିରଫ କରାଯାଇଛି । ମୋହନା ଅଞ୍ଚଳର ରାଣିଖମା ଓ ବାଲିପଙ୍କ ଗ୍ରାମ ନିକଟସ୍ଥ ଜଙ୍ଗଲ ରାସ୍ତାରେ ବୁଧବାର ପୋଲିସ ପେଟ୍ରୋଲିଂ କରିବା ସମୟରେ ଏକ ବୋଲେରୋକୁ ସନ୍ଦେହରେ ଅଟକାଇ ଯାଞ୍ଚ କରିଥିଲେ । ସେଥିରୁ ୩୮ ବସ୍ତା ଭାଙ୍ଗ ଜବାତ କରି ୨ଜଣଙ୍କୁ ଗିରଫ କରାଯାଇଛି । କଟକ ଜିଲ୍ଲା ମାହାଙ୍ଗା ଅଞ୍ଚଳର ପ୍ରମୋଦ କୁମାର ଜେନା ଓ ଯାଜପୁର ଜିଲ୍ଲାର ବାଲିଚନ୍ଦ୍ରପୁର ଅଞ୍ଚଳର ପୁର୍ଣ୍ଣଚନ୍ଦ୍ର ବଳ ଏହି ଭାଙ୍ଗ ବସ୍ତା ଗୁଡିକୁ ଚୋରା ଚାଲାଣ କରୁଥିଲେ । ଏହି ଭାଙ୍ଗର ଓଜନ ୧୨୩୫କେଜି ହୋଇଥିବା ବେଳେ ଏହାର ଆନୁମାନିକ ମୁଲ୍ୟ ୫ଲକ୍ଷ ଟଙ୍କା ହେବ ବୋଲି ଆର.ଉଦୟଗିରି ଏସଡିପିଓ ଅଶୋକ କୁମାର ମହାନ୍ତି ଜଣାଇଛନ୍ତି । ଉକ୍ତ ବୋଲେରୋ ନଂ-ଓଡି ୦୪ ଏନ୍ ୩୫୭୯ ଗାଡିକୁ ଜବତ କରାଯାଇ ୧୧୯/୨୦ରେ ଏକ ମାମଲା ରୁଜୁ କରାଯାଇ ୨ଜଣଙ୍କୁ ଗିରଫ କରାଯାଇଥିବା ଜଣାପଡିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ