୫ ଲକ୍ଷ୍ୟ ୫୦ ହଜାର ଟଙ୍କା ର ଗଞ୍ଜେଇ ଜବତ
ଜୟପୁର, (ଓ୍ବାଇଏନ୍ଏସ୍):ଆଜି ପୁଣି କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ରେ ୧୧୨.୮୦୦ କେଜି ଗଞ୍ଜେଇ ଜବତ ଯାହା ର ମୂଲ୍ୟ ୫ ଲକ୍ଷ୍ୟ ୫୦ ହଜାର ଟଙ୍କା ହେବ ।ସଦର ପୋଲିସ ବିଶେଷ ସୁତ୍ରରୁ ଖବର ପାଇଁ ପୋଲିସ ଛଦ୍ମବେଶ ରେ ଜଗି ରହିଥିଲା ଗଞ୍ଜେଇ ମାଫିଆ କୁ। ଲମତା ପୁଟ ଦେଇ ପାତ୍ରପୁଟ ବ୍ରିଜ ଆସିବା ମାତ୍ରେ ବାଘ ଶିକାର ରେ ପଡ଼ିଥିଲେ ମାଫିଆ। ଘଟଣାସ୍ଥଳରେ ଦୁଇଜଣ ପୁରୁଷ ଥିବାବେଳେ ଜଣେ ମହିଳା ସପୁକ୍ତ ଅଛନ୍ତି ଗଞ୍ଜେଇ ଚୋରାଚାଲାଣ ରେ। ଆସାମ ର ଦୁଇ ଜଣ ଥିବା ବେଳେ ବିହାର ଅଞ୍ଚଳ ର ଜଣେ ରହିଛନ୍ତି। ଘଟଣାସ୍ଥଳରେ ରେ ୪ ଟି ମୋବାଇଲ ୫୫୦ ଟଙ୍କା ଏବଂ Maruti Suzuki – WB-74-U-2320 ଜବତ କରିଛି ପୋଲିସ୍। ଏଥିରେ ମାଷ୍ଟର ମାଇଣ୍ଡ କୁ ଯଥାଶୀଘ୍ର ଗିରଫ କରିବ ବୋଲି ପୋଲିସ ସୁଚନା ଦେଇଛି।


