ଭିନ୍ନକ୍ଷମଙ୍କ ଶାନ୍ତି ନିବାସରେ ନୂଆ ଆଲୋକର ରକ୍ଷା ବନ୍ଧନ

ଯାଜପୁର, (ଓ୍ବାଇଏନ୍ଏସ୍):ଆଜି ପବିତ୍ର ରକ୍ଷା ବନ୍ଧନ ଉତ୍ସବ । ପ୍ରତ୍ୟେକ ଭାଇ ପ୍ରତୀକ୍ଷା କରିଥାନ୍ତି , ତାଙ୍କ ଭଉଣୀ ତାଙ୍କ ହାତରେ ରାକ୍ଷୀ ବାନ୍ଧିଦେବ । କେଉଁ ଜରା ନିବାସରେ ବା ଅନାଥାଶ୍ରମରେ କିମ୍ବା ଭିନ୍ନକ୍ଷମ ଥିବାରୁ ଶାନ୍ତି ନିବାସରେ ଥିବା ଅନ୍ତେବାସୀଙ୍କ କଥା କିଏ ବୁଝିବ । ସେମାନେ ବାହାର କୈାଣସି ବ୍ୟକ୍ତିଙ୍କ ସହ ଟିକିଏ ମିଶିବା ପାଇଁ କି ପ୍ରକାର ବ୍ୟାକୁଳ ହୁଅନ୍ତି ତାହା ଅନୁଭବି ହିଁ କେବଳ ବୁଝି ପାରିବ । ଗତ ବର୍ଷ ଏକା ଦିନରେ ରକ୍ଷା ବନ୍ଧନ ସହିତ ସ୍ୱାଧିନତା ଦିବସ , ଯାଜପୁରସ୍ଥ ନୂଆ ଅଲୋକ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯାଜପୁର ରୋଡ ସ୍ଥିତ ଶାନ୍ତି ନିବାସରେ ପହଁଚି ସେଠାକାର ଅନ୍ତେବାସୀ ମାନଙ୍କୁ ଜାତୀୟ ପତାକା ପ୍ରଦାନ, ମିଷ୍ଠାନ୍ନ ବଂଟନ ସହିତ ରାକ୍ଷୀ ବନ୍ଧନ କରି ସଭିଙ୍କୁ ଆନନ୍ଦ ସ୍ରୋତରେ ପ୍ଳାବିତ କରିଥିବା ବେଳେ, ଚଳିତ ବର୍ଷ କରୋନା ମହା ମାରୀ ତଥା ସାମାଜିକ ଦୂରତ୍ୱକୁ ଆଖି ଆଗରେ ରଖି ଅନୁଷ୍ଠାନ ତରଫରୁ ବହୁ କମ୍ ସଂଖ୍ୟକ ସଦସ୍ୟ ଯାଇ ସେଠାରେ ବିଗତ ବର୍ଷ ପରି ରାକ୍ଷୀ ବନ୍ଧନ କରିବା ସହିତ ମିଷ୍ଠାନ ବଣ୍ଟନ କରି ଫେରି ଆସିଛନ୍ତି । ତେବେ ଅନୁଷ୍ଠାନର ଏତାଦୃଶ କାର୍ଯ୍ୟକ୍ରମକୁ ସାଧାରଣରେ ଭୁୟସୀ ପ୍ରଶଂସା କରା ଯାଇଛି । ଏ ବିଷୟରେ ଅନୁଷ୍ଠାନ ସଦ୍ୟ ମାନଙ୍କୁ ପଚାରିବାରୁ ସେମାନେ କହିଛନ୍ତି ଯେ , ଏହି କାର୍ଯୟକ୍ରମ ଦ୍ୱାରା ସେହି ଭିନ୍ନ କ୍ଷମ ମାନେ ଯେ କେବଳ ଖୁସି ହେଉଛନ୍ତି ତାହା ନୁହଁ , ତାଙ୍କ ପାଖରେ ପହଁଚି ଏତିକି କାର୍ଯ୍ୟ କଲେ ଆମ ଅନୁଷ୍ଠାନ ସ୍ୱର୍ଗ ସୁଖ ଅନୁଭବ କରିଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ