ନାଉଗାଁର କୃତୀ ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିନା

ନାଉଗାଁ,(ଓ୍ବାଇଏନ୍ଏସ୍): ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ନାଉଗାଁ ବ୍ଳକର ଏ-୧ ଗ୍ରେଡ ହାସଲ କରିଥିବା ଦୁଇ ସଫଳ ଛାତ୍ରଛାତ୍ରୀଙ୍କୁ ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ରର ପ୍ରତିଭା ପୂଜା କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧିତ କରାଯାଇଛି । ନାଉଗାଁ ହାଟ ଉଚ୍ଚ ବିଦ୍ୟାଳୟର ସୁଶ୍ରୀ ଶୁଭଶ୍ରୀ ପରିଡା ୫୬୧ ଓ ଡାବରସ୍ଥିତ ଏସ.ପିସି ବିଦ୍ୟାପୀଠର ଆର୍ଶୀବାଦ ବିଶ୍ୱାଳ ୫୬୪ ନମ୍ବର ରଖି ବିଦ୍ୟାଳୟ ତଥା ବ୍ଲକର ଗୌରବ ବୃଦ୍ଧି କରିଥିବାରୁ ଉତ୍କଳ ଭାରତୀ କଳା ବିକାଶ କେନ୍ଦ୍ର ପକ୍ଷରୁ ଉପଦେଷ୍ଠା ନିରଂଜନ ମହାନ୍ତି, ସଂପାଦକ ସୁକାନ୍ତ ଲେଙ୍କା, କର୍ମକର୍ତା ଅକ୍ଷୟ ରାଉତ, ବସନ୍ତ ଦାସ ଓ ଓଷ୍ଠା ନାଉଗାଁର ସଂପାଦକ ହିମାଂଶୁ ମହାନ୍ତି ପ୍ରମୁଖ ପିଲାମାନଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିବା ସହିତ ଅଭିନନ୍ଦନ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ