ଶିକ୍ଷା ସମ୍ପର୍କ ଯୋଜନା ନେଇ ମନ୍ତ୍ରୀ ସମୀର ରଞ୍ଜନ ଦାସ ଙ୍କ ସୂଚନା
କୁକୁଡାଖଣ୍ଡି,(ହିମାଂଶୁ ପାଢି):ଶିକ୍ଷା ସମ୍ପର୍କ ଯୋଜନା ଆସିବା ନେଇ ମନ୍ତ୍ରୀ ସମୀର ରଞ୍ଜନ ଦାସ ଆଜି ସୂଚନା ଦେଇଛନ୍ତି,ଏହା ସହ ବର୍ତ୍ତମାନ ସ୍କୁଲ ଖୋଲିବା ନେଇ କୌଣସି ନିଷ୍ପତି ହୋଇନାହିଁ ବୋଲି ଜଣାଇଛନ୍ତି।ବର୍ତ୍ତମାନ ର କରନା ଅବସ୍ଥା ରେ ୬୦ ଲକ୍ଷ ଛାତ୍ରଛାତ୍ରୀ ଙ୍କୁ ଅନଲାଇନ ଶିକ୍ଷା ରେ ନିର୍ଭର କରିବା କୁ ପଡିବ ବୋଲି ମନ୍ତ୍ରୀ ଜଣାଇଛନ୍ତି। ଏହା ସହ ବର୍ତ୍ତମାନ ୨୨ ଲକ୍ଷ ଛାତ୍ରଛାତ୍ରୀ ଅନଲାଇନ ଶିକ୍ଷା ଗ୍ରହଣ କରୁଥିବା ବେଳେ ୩୮ ଲକ୍ଷ ଛାତ୍ରଛାତ୍ରୀ ପଢା ରୁ ବଂଚିତ ଅଛନ୍ତି। ଏହି କାରଣ ରୁ “ଶିକ୍ଷା ସମ୍ପର୍କ ଯୋଜନା” ଆରମ୍ଭ ହେବା ନେଇ ସୂଚନା ଦେଇଛନ୍ତି।ଏହା ସହ ଶିକ୍ଷକ ମନେ ଗାଁ କୁ ଯାଇ ଶିକ୍ଷା ପ୍ରଦାନ କରିବେ ବୋଲି ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।ତେବେ ଏ ଯୋଜନା କବେ ଠାରୁ କାର୍ଯ୍ୟ କାରି ହେବ ସେ ନେଇ କୌଣସି ସୂଚନା ମିଳିପାରିନି |


