କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧନା

ଯୋଡା,(ସମୀର କୁମାର ଦାସ): କେନ୍ଦୁଝର ଜିଲା ଯୋଡା ସହର ରୋଟାରୀ କ୍ଲବ ପକ୍ଷରୁ ଶନିବାର ସ୍ୱାଧୀନତା ଦିବସ ଅବସରରେ ସହରରେ ବିଭିନ୍ନ କ୍ଷେତ୍ରରେ କାର୍ଯ୍ୟ କରୁଥିବା କରୋନା ଯୋଦ୍ଧା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଯୋଡା ରୋଟାରୀ କ୍ଲବ ପକ୍ଷରୁ କରୋନା ମହାମାରୀ ସମୟରେ ଉଲ୍ଲେଖନୀୟ ଅବଦାନ ପାଇଁ କମାର ଯୋଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ସମସ୍ତ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ସଫେଇ କର୍ମଚାରୀ ଓ ପୌରପାଳିକାର ସଫେଇ କର୍ମଚାରୀଙ୍କୁ ପ୍ରମାଣ ପତ୍ର , ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସେହିପରି ଟାଟାଷ୍ଟିଲ ଡାକ୍ତରଖାନାର କୋଭିଡ ସେନ୍ଟରର ୭୫ ଜଣ ଡାକ୍ତର, ଟେକ୍ନିସିଆନ, ନର୍ସ, ଫାର୍ମାଷିଷ୍ଟ, ସଫେଇ କର୍ମଚାରୀ ଏବଂ ଯୋଡା ଥାନା ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ମାସ୍କ, ଫୁଲତୋଡା, ଉପଢୌକନ ଓ ପ୍ରମାଣ ପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । କମାରେଯାଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ଯୋଡା କେନ୍ଦ୍ରୀୟ ଚିକିତ୍ସାଳୟରେ ରୋଗୀମାନଙ୍କୁ ଫଳ ବଂଟନ କରାଯାଇଥିଲା । ଯୋଡା ସହରର ଅନତି ଦୂରରେ ଥିବା ବଡବିଲଠାରେ କରୋନା ସଂକ୍ରମଣ ବୃଦ୍ଧି ପାଇଥିବା ବେଳେ ଯୋଡା ସହରରେ ଏହି କରୋନା ଯୋଦ୍ଧାଙ୍କ ଉଲେଖନୀୟ ଅବଦାନ ପାଇଁ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ସମୁଦାୟ ୧୩୭ ଜଣ କରୋନା ଯୋଦ୍ଧାଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଯୋଡା ରୋଟାରୀ କ୍ଲବର ସଭାପତି ରୋଟାରୀଆନ୍ ବିକାଶ ରଂଜନ ମହାନ୍ତି, ସଂପାଦକ ସ୍ୱରୂପ ପଣ୍ଡା, ସିଦ୍ଧାର୍ଥ ସାରଥୀ କର, ଜିତେନ୍ଦ୍ର ବୈଦ୍ୟ, ସୁନିଲ ବାଶୋତିଆ, ଦୀପକ ବିହାରୀ, ସର୍ବେଶ୍ୱର ନାଏକ, ସସ୍ମିତା ନାଏକ ଙ୍କ ସମେତ ଯୋଡା ଟାଟାଷ୍ଟିଲ ମୁଖ୍ୟ ରାଜେଶ କୁମାର ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ