ଛାତ୍ର ସଂସଦ ନିର୍ବାଚନ ବନ୍ଦକୁ ବିରୋଧ କରି ମହାବିଦ୍ୟାଳୟ ସମ୍ମୁଖରେ ଏକଦିବସୀୟ ଧାରଣା

ନାଉଗାଁ,(ଯୁଗାବ୍ଦ ନ୍ୟୁଜ୍) :ଚଳିତ ବର୍ଷ ଛାତ୍ର ସଂସଦ ନିର୍ବାଚନକୁ ସରକାର ବନ୍ଦ କରିଛନ୍ତି । ଉକ୍ତ ନିର୍ବାଚନକୁ ନେଇ ମହାବିଦ୍ୟାଳୟରେ ଛାତ୍ରମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଅଗଣତାନ୍ତ୍ରିକ ଭାବେ ସରକାର ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିବା ପ୍ରତିବାଦରେ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ତରଫରୁ ଏହାକୁ ବିରୋଧ କରାଯାଇଛି । ସ୍ଥାନୀୟ ନାଉଗାଁ ବ୍ଳକ ଅନ୍ତର୍ଗତ ଶ୍ରୀ ଜଗନ୍ନାଥ ମହାବିଦ୍ୟାଳୟ ଛାତ୍ରମାନେ ସରକାରଙ୍କ ଉକ୍ତ ନିଷ୍ପତିକୁ ବିରୋଧ କରାଯାଇ ମହାବିଦ୍ୟାଳୟ ସମ୍ମୁଖରେ ଆଜି ଏକଦିବସୀୟ ଧାରଣା ଦିଆଯାଇଥିଲା ।ଏହି ଧାରଣାରେ ଛାତ୍ର ସଂଗଠନ ତରଫରୁ ବିକାଶ କୁମାର ନାୟକ, ସ୍ମୃତି ରଂଜନ ଜେନା,ବାଦଲ ନାୟକ,ଆଶୁତୋଷ ପରିଡା,ହିରଣ୍ୟ ଜେନା,ନିଗମାନନ୍ଦ ସ୍ୱାଇଁ,ସନ୍ଦିପ ମହାନ୍ତି ଆଦି ଧାରଣାରେ ବସିବା ସହିତ ଏକ ଲିଖିତ ଦାବିପତ୍ର ରାଜ୍ୟପାଳଙ୍କ ଉର୍ଦ୍ଦେଶ୍ୟରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଜଟାଧାରୀ ମହାନ୍ତିଙ୍କୁ ପ୍ରଦାନ କରିଛନ୍ତି । ଉକ୍ତ ଦାବିପତ୍ରରେ ଦର୍ଶାଯାଇଛି ଯେ ଚଳିତ ବର୍ଷ ସରକାର ହାରିବା ଭୟରେ ଚଂଚକତା କରି ହଠାତ ଛାତ୍ର ସଂସଦ ନିର୍ବାଚନକୁ ବାତିଲ କରିଛନ୍ତି । ଯାହାକୁ ଛାତ୍ର ମାନଙ୍କ ଜିବନ ସହିତ ଏକ ପ୍ରକାର ଖେଳ ଖେଳିଛନ୍ତି । ଯଦି ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହୁଛି ତେବେ ମହାବିଦ୍ୟାଳୟରେ ଆଦାୟ ହେଉଥିବା ୟୁନିୟନ ଫି କୁ ଫେରସ୍ତ କରିବା ପାଇଁ ଦାବି କରାଯାଇଛି । ଯଦି ୟୁନିୟନ ଫି ଫେରସ୍ତ କରାନଯାଏ ତେବେ ଏହି ଧାରଣା ଜାରି ରହିବ ବୋଲି ଚେତାବନୀ ଦିଆଯାଇଛି ।\n\n\n

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ