ପୁତୁରା ର ଟାଙ୍ଗିଆ ଚୋଟରେ ଦାଦା ଗୁରୁତର
ମୋହନା,( ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଲିଲିଗଡ଼ ପଞ୍ଚୟତ ଉସ୍ତପଦାଗାଁ ରେ ସକାଳ୬.୩୦ରେ ପୁତୁରା ପର୍ଣ୍ଣ ଚନ୍ଦ୍ର ନାୟକ (୨୪)ନିଜ ଦାଦା ଶଙ୍କର କୁମାର ନାୟକ(୪୫)ଘରକୁ ଯାଇ ଘରକୁ ଯାଇ ସେଠାରେ ତାଙ୍କୁ ଅସଭ୍ୟ ଭାଷାରେ ଗଲି ଗୁଲଜ କରିଥିଲେ | ଏହା ପରେ ସେଠାରୁ ଆରମ୍ଭ ହୋଇଥିଲା ଝଗଡା ତାପରେ ସେଠାରୁ ତାଙ୍କୁ ଗୋଡ଼ାଇ ଗୋଡ଼ାଇ ନେଇ ପାଖରେ ଥିବା ଜମିରେ ସେ ଧରିଥିବା ଟାଙ୍ଗିଆ ରେ ମରଣାତ୍ମକ ଆକ୍ରମଣ କରିଥିଲେ | ନିଜ ଜୀବନ ବଞ୍ଚାଇବା କୁ ଯାଇ ତଳେ ପଡିଯାଇଥିଲେ ତଳେ ପଡିଯିବା ପରେ ଟାଙ୍ଗିଆ ଛୋଟ ତାଙ୍କ ଗୋଡ଼ରେ ବାଜିଥିଲା ,ଏହାପରେ ଗାଁ ଲୋକେ ତାଙ୍କୁ ଉଦ୍ଧାର କରି ମେଡ଼ିକାଲ ରେ ଭର୍ତ୍ତି କରିଛନ୍ତି ଏବଂ ମୋହନା ଥାନାରେ ଅଭିଯୋଗ ଜଣାଇଛନ୍ତି |


