୫ ଲକ୍ଷ ଟଙ୍କାର କାଠ ଜବତ

ଖଲ୍ଲିକୋଟ,(ସିଲୁ ବିଶ୍ୱାଳ): ଖଲ୍ଲିକୋଟ ବନାଞ୍ଚଳ ଅଧିନସ୍ଥ କେନ୍ଦୁପାଟ ଗ୍ରାମରେ ବହୁ ଦିନରୁ ଚାଲିଥିବା ଏକ ବେଆଇନ କରତ କଳ ଉପରେ ଆଜି ବନ ବିଭାଗ ଚଢ଼ାଉ କରିଛି । ଚଢ଼ାଉ ବେଳେ ବିପୁଳ ପରିମାଣର ମୂଲ୍ୟବାନ ଶାଗୁଆନ, ପିଆଶାଳ କାଠ ଓ ବେଆଇନ କରତ କଳର ସମସ୍ତ ଯନ୍ତ୍ରପାତି ଜବତ କରାଯାଇଛି। ଜବତ କାଠର ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଜଣା ପଡିଛି।ଦୀର୍ଘ ଦିନ ଧରି କେନ୍ଦୁପାଟ ଗ୍ରାମରେ ବେଆଇନ ଭାବେ କରତ କଳ ଚାଲିଥିବା ବେଳେ ବିଭିନ୍ନ ସମୟରେ ବନ ବିଭାଗର ଏହି କରତ କଳ ଉପରେ ଚଢ଼ାଉ କରିଥିଲେ ମଧ୍ୟ ପୂର୍ବରୁ ସୂଚନା ପାଇ ମାଲିକ କରତ କଳର ଯନ୍ତ୍ରପାତିକୁ ଫିଟାଇ ନେଇଯିବାରେ ସଫଳ ହେଉଥିଲେ।ଆଜି ସକାଳୁ  ବ୍ରହ୍ମପୁର ଡିଏଫଓଙ୍କ ନିର୍ଦ୍ଦେଶ କ୍ରମେ ବ୍ରହ୍ମପୁର ଏସିଏଫ ଅଶୋକ ବେହେରା, ଏସିଏଫ ଏ.ମାଧବିଲତା, ଖଲ୍ଲିକୋଟ ରେଞ୍ଜର ଦିଲ୍ଲୀପ କୁମାର ମାର୍ଥା, ବ୍ରହ୍ମପୁର ମୋବାଇଲ ଷ୍ଟାଫ, ଛତ୍ରପୁର ପୋଲିସ ଫୋର୍ସ, ସାମନ୍ତିଆପଲ୍ଲୀ ରେଞ୍ଜର ଷ୍ଟାଫ, ଦିଗପହଣ୍ତି ରେଞ୍ଜର ଷ୍ଟାଫ ଓ ଖଲ୍ଲିକୋଟ ବନ ବିଭାଗର କର୍ମଚାରୀ ମାନେ ମିଳିତ ଭାବେ କେନ୍ଦୁପାଟ ଗ୍ରାମରେ ଚଢ଼ାଉ କରିଥିଲେ ।ଏଥିପାଇଁ ସେମାନେ ତିନୋଟି ଟିମ ରେ ବିଭକ୍ତ ହୋଇ କେନ୍ଦୁପାଟ ଗ୍ରାମ କୁ ଘେରାଉ କରିଥିଲେ । ସେଠାରୁ ବିପୁଳ ପରିମାଣର ଶାଗୁଆନ, ପିଆଶାଳ କାଠ ସହ କରତ କଳ ର ଯନ୍ତ୍ରପାତି ଜବତ କରିଥିଲେ ମଧ୍ୟ କାହାରିକୁ ଗିରଫ କରିପାରି ନଥିଲେ । ଜବତ ସାମଗ୍ରୀର ଆନୁମାନିକ ମୂଲ୍ୟ ୫ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ହେବ ବୋଲି ଏସିଏଫ କହିବା ସହ  ଆଗାମୀ ଦିନରେ ଏଭଳି ଚଢ଼ାଉ କାର୍ଯ୍ୟ ଜାରିରହିବ ବୋଲି କହିଥିଲେ। ପରେ ଜବତ ହୋଇଥିବା ସମସ୍ତ କାଠ ଓ ଯନ୍ତ୍ରପାତି ଗୁଡ଼ିକୁ ଚାରୋଟି ଟ୍ରାକ୍ଟର ମାଧ୍ୟମରେ ବ୍ରହ୍ମପୁର ପଠାଯାଇଥିବା ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ