ଟ୍ରକ ଧକ୍କାରେ ପୁଅ ମୃତ ,ବାପା ଗୁରୁତର
ଚୌଦ୍ଵାର, (ଦୀପକ୍ କୁମାର ବେଉରା) : କଟକ ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ୧୬ ନମ୍ୱର୍ ରାଜପଥ ର କଏରାପାରୀ ଛକ ନିକଟରେ ଏକ ଟ୍ରକ ବାଇକକୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି ।ମୃତକ ଜଣକ ପୁଅ ହୋଇଥିବା ବେଳେ ବାପା ଗୁରୁତର ଆହତ ହୋଇଥିବା ଜଣାପଡିଛି । ସୂଚନା ମୁତାବକ ଶୁକ୍ରବାର ଭୋର ସମୟରେ ଶାଳଗାଁ ପଞ୍ଚାୟତ ଖାଇ ପଡିଆ ଗ୍ରାମର ବଟକୃଷ୍ଣ ମହାରଣା ତାଙ୍କ ପୂଅ ପବନି ମହାରଣା ଏକ ବାଇକ ରେ ଛତିଆ ଅଭିମୁଖେ ଯାଉଥିବା ସମୟରେ କଏରାପାରୀ ଛକ ନିକଟରେ ପଛପଟରୁ ଏକ ଦଶଚକିଆ ଟ୍ରକ ସେମାନଙ୍କୁ ଧକ୍କା ଦେଇଥିଲା। ଦୁର୍ଘଟଣା ରେ ପବନିର ଘଟଣା ସ୍ଥଳରେ ମୃତ୍ୟୁ ହୋଇଯାଇଥିଲା । ଦୁର୍ଘଟଣା ଘଟାଇ ଟ୍ରକ ଟି ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ବଟକୃଷ୍ଣ ଗୁରୁତର ଅବସ୍ଥାରେ ପଡିରହିଥିଲେ । ସ୍ଥାନୀୟ ଲୋକେ ପହଞ୍ଚି ବାପା ପୁଅ ଙ୍କୁ ଏନ୍ ଏଚ ଆଇ ଆମ୍ବୁଲାନ୍ସରେ କଟକ ବଡ ମେଡିକାଲ କୁ ପଠାଇ ଥିବା ଜଣାପଡିଛି। ଘଟଣାସ୍ଥଳରେ ଟାଙ୍ଗୀ ପୋଲିସ ପହଂଚି ବାଇକ ଟିକୁ ଜବତ କରିବା ସହ ତଦନ୍ତ ଜାରି ରଖିଛି।