ଆ•ର‌୍ୟ୍ୟ ହରିହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରତିଷ୍ଠା ଦିବସ

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ୍) : ପବିତ୍ର ଗୁରୁଦିବସ ଅବସରରେ ଆ•ର‌୍ୟ୍ୟ ହରିହର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ୩୯ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟର ପୂର୍ବତନ ସଭାପତି ଶ୍ରୀଯୁକ୍ତ ସୀତାବଲ୍ଲଭ ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବକୁ ଭୁବନେଶ୍ୱର ଉତ୍ତର ବିଧାୟକ ଶ୍ରୀଯୁକ୍ତ ସୁଶାନ୍ତ କୁମାର ରାଉତ ଯୋଗଦେଇ ଉଦ୍ଘାଟନ କରି ଗୁରୁ ଦିବସର ତାତ୍ପର‌୍ୟ୍ୟ ଉପରେ ଆଲୋକପାତ କରିଥିଲେ । ‘ମା’ ହେଉଛନ୍ତି ପ୍ରତ୍ୟେକ ବ୍ୟକ୍ତିର ପ୍ରଥମ ଗୁରୁ । ଗୁରୁ ମନଭିତରେ ଥିବା ଅନ୍ଧକାରକୁ ଦୂର କରନ୍ତି ଏବଂ ଆଲୋକର ଉତ୍ସ ପ୍ରଦାନ କରନ୍ତି । ମୁଖ୍ୟ ବକ୍ତା ଭାବରେ ବରିଷ୍ଠ କୃଷି ବୈଜ୍ଞାନିକ ତଥା ଭାଷାବିତ୍ ମଦବିରୋଧୀ ଆନ୍ଦୋଳନ ଓ ଉକ୍ରଳ ସମ୍ମିଳନୀର ସଭାପତି ପ୍ରଫେସର ଡଃ ଅଦ୍ୱୈତ କୁମାର ପାତ୍ର ଯୋଗଦେଇ ଗୁରୁ ଏବଂ ଶିଷ୍ୟ ମଧ୍ୟରେ ଥିବା ନିବିଡ଼ ସମ୍ପର୍କକୁ ଉତ୍ଥାପନ କରିଥିଲେ । ଡଃ ସର୍ବପଲ୍ଲୀ ରାଧାକ୍ରିଷ୍ଣାନଙ୍କର ଜୀବନୀ ଉପରେ ଆଲୋକପାତ କରିଥିଲେ । ରାଷ୍ଟ୍ରପତି ଥିବା ସମୟରେ ସେ ନିଜର ଜନ୍ମଦିନକୁ ଗୁରୁ ଦିବସ ଭାବରେ ପାଳନ କରିବାକୁ କହିଥିଲେ । ଜଣେ ଅଧ୍ୟାପକ ଭାବରେ ନିଜର ପେଷା ଆରମ୍ଭ କରିଥିବା ଏହି ମହାନ୍ ଗୁରୁ ରାଜନୀତି ଠାରୁ ଉଦ୍ଧ୍ୱର୍ରେ ରହି ଶେଷରେ ଭାରତର ଦ୍ୱିତୀୟ ରାଷ୍ଟ୍ରପତି ପଦ ଗ୍ରହଣ କରିଥିଲେ । ସେହିଭଳି ସତ୍ୟବାଦୀ ବନ ବିଦ୍ୟାଳୟ ଗୁରୁକୁଳରେ ଶିକ୍ଷାଦାନ କରି ଶ୍ରେଷ୍ଠ ଗୁରୁର ପରିଚୟ ପ୍ରଦାନ କରିଥିବା ସ୍ୱାଧୀନତା ସଂଗ୍ରାମୀ ଆ•ର‌୍ୟ୍ୟ ହରିହର ଥିଲେ ଶ୍ରେଷ୍ଠ ଗୁରୁ । ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହେବାକୁ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦେଇଥିଲେ । ବିଦ୍ୟାଳୟର ଅଧ୍ୟକ୍ଷା ଶ୍ରୀମତୀ ମିନତୀ ରାଉତରାୟ ଭାରତବର୍ଷର ସଂସ୍କୃତି ଗୁରୁ ପରମ୍ପରାର ସଂସ୍କୃତି ଗୁରୁ ଦିବସ ବୋଲି ଅବ୍ୟବହିତ ପୂର୍ବରୁ ଗୁରୁପୂର୍ଣ୍ଣିମା ପାଳନ କରାଯାଏ । ଏକଲବ୍ୟଙ୍କର ଗୁରୁଦକ୍ଷିଣା ଶ୍ରେଷ୍ଠ ଶିଷ୍ୟତ୍ୱର ପ୍ରମାଣ । ଡଃ ରାଧାକ୍ରିଷ୍ଣାନ ବ୍ୟକ୍ତିତ୍ୱର ବିକାଶ ଉପରେ ଗୁରୁତ୍ୱାରୋପ କରୁଥିଲେ । ଗରୁ ସମାଜର ଆଲୋକବର୍ତ୍ତିକା । ସେହିଭଳି ଓଡ଼ିଶାର ଶ୍ରେଷ୍ଠ ଗୁରୁ ସତ୍ୟବାଦୀ ବନବିଦ୍ୟାଳୟର ମହାନ ସାଧକଙ୍କ ବାର୍ତ୍ତା ଥିଲା ଭଲ ମଣିଷ ହୁଅ । ଏହି ଉତ୍ସବରେ ଅନ୍ୟତମ ଅତିଥି ପୂର୍ବତନ କର୍ପୋରେଟର ମୋନାଲିସା ସାହୁ ଯୋଗଦାନ କରିଥିଲେ । ପରିଶେଷରେ ବିଭିନ୍ନ ବିଭାଗରେ କୃତିତ୍ୱ ଅର୍ଜନ କରିଥିବା ବିଜେତାଙ୍କୁ ମାନପତ୍ର ଓ ପୁରସ୍କାର ପ୍ରଦାନ କରାଯାଇଥିଲା । ଏହି କାର‌୍ୟ୍ୟକ୍ରମରେ ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ ଅଧ୍ୟାପିକା ସୁଜାତା ସାମନ୍ତରାୟ । ଅନ୍ୟମାନଙ୍କ ମଧ୍ୟରେ ଅଧ୍ୟାପିକା ମୁକ୍ତିଲତା ପାଲ, ଅଧ୍ୟାପିକା ନନ୍ଦା, ଅଧ୍ୟାପିକା ଶାଶ୍ୱତୀ ମହାନ୍ତି, ଅଧ୍ୟାପକ ମକରଧ୍ୱଜ ସ୍ୱାଇଁ, ଚିନ୍ମୟୀ ପାତ୍ର ପ୍ରମୁଖ କାର‌୍ୟ୍ୟକ୍ରମକୁ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ