ଜୁଆ ଆଡ଼ା ଉପରେ ଚଢ଼ାଉ ; ୬ ଗିରଫ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ତୁଳସୀ ପଲ୍ଲୀ ଗ୍ରାମ ନିକଟରେ ଚାଲିଥିବା ଏକ ଜୁଆ ଆଡ଼ା ଉପରେ ଭଞ୍ଜନଗର ପୋଲିସ ଚଢ଼ାଉ କରି ୬ ଜଣଙ୍କୁ ଗିରଫ କରିଛି । ଏଥି ସହିତ ସେମାନଙ୍କ ଠାରୁ ନଗଦ ୧୮୬୦୦ ଟଙ୍କା ଓ ଦୁଇଟି ମୋବାଇଲ ଜବତ କରାଯାଇଛି । ଏ ନେଇ କେସ ନମ୍ବର ୫୨୦/୨୦ ରେ ମାମଲା ରୁଜୁ କରାଯାଇଥିବା ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ସୂଚନା ଦେଇଛନ୍ତି |


