ମାଟିଆ ଅଣ୍ଡା ଓ ଧଳା ଅଣ୍ଡା ମଧ୍ୟରେ କଣ ପ୍ରଭେଦ ? କେଉଁ ଅଣ୍ଡା ଅଧିକ ଲାଭଦାୟକ ଜାଣନ୍ତୁ

ପିଲା ଛୁଆଙ୍କଠାରୁ ଆରମ୍ଭ କରି ବୟସ୍କ ଲୋକେ ଅଣ୍ଡା ଖାଇବା ବହୁତ ପସନ୍ଦ କରନ୍ତି । ଅଣ୍ଡା ଖାଇବା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ । ଅଣ୍ଡାରେ ପ୍ରୋଟିନ ଓ କ୍ୟାଲସିୟମ ଭରପୁର ମାତ୍ରାରେ ଥାଏ । ଅଣ୍ଡା ଶରୀରକୁ ମଜବୁତ କରିଥାଏ । ପନିପରିବା ଯେମିତି ସ୍ୱାସ୍ଥ୍ୟ ସୁସ୍ଥ ରଖିବା ପାଇଁ ଖାଇବା ଆବଶ୍ୟକ ସେହିଭଳି ଅଣ୍ଡା ମଧ୍ୟ ଖାଇବା ଜରୁରୀ । ଅଣ୍ଡାରେ ଥିବା କ୍ୟାଲସିଅମ ଶରୀରର ଅସ୍ଥି ଓ ଗଣ୍ଠି ପାଇଁ ଲାଭଦାୟକ ହୋଇଥାଏ ।
ଧଳା ଅଣ୍ଡାକୁ ଆମେ ଫାର୍ମ ଅଣ୍ଡା ବା ବ୍ରଏଲର ଅଣ୍ଡା ବୋଲି କହିଥାଉ । କିନ୍ତୁ ମାଟିଆ ଅଣ୍ଡା ସାଧାରଣତଃ ଦେଶୀ ଅଣ୍ଡା ହୋଇଥାଏ । ଆଜିକାଲି ମାଟିଆ ରଙ୍ଗର ଫାର୍ମ ଅଣ୍ଡା ବଜାରରେ ଉପଲବ୍ଧ ହେଲାଣି । ତେବେ ଆଜି ଆମେ କଥା ହେବା ଦେଶୀ ଅଣ୍ଡା ଓ ଫାର୍ମ ଅଣ୍ଡା ମଧ୍ୟରେ ପ୍ରଭେଦ କଣ ରହିଛି ସେ ବିଷୟରେ ।
ଅଧିକାଂଶ ଲୋକେ ବଜାରରେ ମିଳୁଥିବା ଧଳା ଅଣ୍ଡା ଖାଆନ୍ତି । କିଛି ଲୋକେ ଦେଶୀ ଅଣ୍ଡା ଖାଇବା ପସନ୍ଦ କରନ୍ତି । ତେବେ ଦେଶୀ ଅଣ୍ଡା ଓ ଧଳା ଅଣ୍ଡା ମଧ୍ୟରେ ଫରକ କଣ ଜାଣନ୍ତୁ । ଏହି ଦୁଇ ପ୍ରକାରର ଅଣ୍ଡା ଶରୀର ପାଇଁ ଲାଭଦାୟକ ହୋଇଥାଏ । ଏହି ୨ଟି ଅଣ୍ଡାରୁ ମିଳୁଥିବା ପୌଷ୍ଟିକ ତତ୍ତ୍ୱ ମଧ୍ୟରେ ଅଧିକ ପାର୍ଥକ୍ୟ ନାହିଁ ।
ହେଲେ ଦେଶୀ ଅଣ୍ଡାରେ କୌଣସି କେମିକାଲ ଅଂଶ ରହେ ନାହିଁ । ସେଥିପାଇଁ ଦେଶୀ ଅଣ୍ଡା ସ୍ୱାସ୍ଥ୍ୟ ପାଇଁ ଅଧିକ ଲାଭଦାୟକ ହୋଇଥାଏ । ଅପରପକ୍ଷରେ ଧଳାବା ଫାର୍ମ ଅଣ୍ଡା ନିୟମିତ ଭାବେ ଖାଇଲେ ମଧ୍ୟ କୌଣସି ପ୍ରକାରର କ୍ଷତି ହୁଏ ନାହିଁ ।
ଦେଶୀ ଅଣ୍ଡା ଶରୀର ପାଇଁ ଲାଭଦାୟକ । ସଠିକ୍ ମାତ୍ରାର ଅଣ୍ଡା ଖାଇବା ଆବଶ୍ୟକ । ଲମ୍ବା ସମୟ ଧରି ଅଧିକ ଧଳା ଅଣ୍ଡା ଖାଇଲେ ହର୍ମନ ଅସନ୍ତୁଳନ ଭଳି ସମସ୍ୟା ହୋଇଥାଏ । ସୀମିତ ଅଣ୍ଡା ଖାଇଲେ ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇନଥାଏ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ