ସୁସ୍ଥ ରହିବା ପାଇଁ ଆପଣଙ୍କ ମନରେ ଥିବା ଏହି ୪ଟି ଭୁଲ ଧାରଣାକୁ ଆଜି ହିଁ ଦୂର କରନ୍ତୁ
ଆଜିକାଲି ଲୋକ ଫିଟ୍ ରହିବା ପାଇଁ ନିଜ ଜୀବନ ଶୈଳୀରେ ଅନେକ ପରିବର୍ତ୍ତନ ଆଣୁଛନ୍ତି । କିଛି ଲୋକ ନିଜ ପସନ୍ଦର ଖାଇବା ଛାଡିବା ସହ ଅନିଚ୍ଛା ସ୍େତ୍ୱ ସଲାଡ ଖାଇ ବଞ୍ଚିଛନ୍ତି । ଡାଏଟିଙ୍ଗକୁ ନେଇ ଅନେକ ଲୋକଙ୍କର କିଛି ଭୁଲ ଧାରଣା ରହିଛି । ଯାହାକୁ ଦୂର କରିବା ନିହାତି ଦରକାର । ତେବେ ଆସନ୍ତୁ ଜାଣିବା ସେହି ୫ଟି ଭୁଲ ଧାରଣା କଣ?
ଓଜନ କମାଇବା ପାଇଁ କିଛି ଲୋକ ଚର୍ବି ନଥିବା ଖାଦ୍ୟ ଖାଇବାକୁ ପସନ୍ଦ କରିଥାନ୍ତି । ଏହା ସମ୍ପୂର୍ଣ୍ଣ ଭୁଲ । ଶରୀରକୁ ଶକ୍ତି ଯୋଗାଇ ପାଇଁ ଚର୍ବିଯୁକ୍ତ ଖାଦ୍ୟ ଖାଇବା ଅତ୍ୟନ୍ତ ଆବଶ୍ୟକ । ଓଜନ କମ କରିବା ସହ ଫିଟ୍ ରହିବା ପାଇଁ ନିଶ୍ଚିତ ମାତ୍ରାରେ ଫ୍ୟାଟଯୁକ୍ତ ଖାଦ୍ୟ ଖାଇବା ଦରକାର । ନିଜର ପ୍ରତିଦିନର ଡାଏଟରେ ଅନୁସାଚୁରେଟେଡ ଫ୍ୟାଟ ପରିବର୍ତ୍ତେ ସେଚୁରେଟେଡ ଫ୍ୟାଟ ଥିବା ଜିନିଷକୁ ସାମିଲ କରନ୍ତୁ ।
କୋଲେଷ୍ଟ୍ରଲ ଯକୃତ ମାଧ୍ୟମରେ ଶରୀରରେ ବଢ଼ୁଥିବା ଏକ ଦ୍ରବ୍ୟ । ଶରୀରରେ ଏହାର ମାତ୍ରା ଅଧିକ ହେବା ଦ୍ୱାରା ହୃଦଜନିତ ସମସ୍ୟା ଦେଖା ଯାଇଥାଏ । କିନ୍ତୁ ଏଥିପାଇଁ କୋଲେଷ୍ଟ୍ରଲ ଯୁକ୍ତ ଖାଦ୍ୟ ସମ୍ପୂର୍ଣ୍ଣ ଛାଡିଦେବା ତାହା ଆଦୌ ଠିକ୍ ନୁହେଁ । ମାଂସ, ପେଷ୍ଟ୍ରି, ଛେନା ଏବଂ ଦହିରେ ଖରାପ କୋଲେଷ୍ଟ୍ରଲ ରହିଥାଏ । ଏହା ଖାଇଲେ ଶରୀର ପ୍ରତି ବିପଦ ରହିଥାଏ । କିନ୍ତୁ ଏ ସବୁ ଖାଦ୍ୟ ନଖାଇଲେ କୋଲେଷ୍ଟ୍ରଲ ଥିବା ଖାଦ୍ୟ ଆପଣ ଖାଇପାରିବେ ।
ଶାକାହାରୀ ଲୋକମାନେ ଦୁର୍ବଳ ବୋଲି ମାଂସାହାରୀ ଲୋକମାନେ ଭାବିଥାନ୍ତି । ଏହା ସମ୍ପୂର୍ଣ୍ଣ ଭୁଲ । ଫିଟ ରହିବା ପାଇଁ ପୋଷଣର ଆବଶ୍ୟକତା ରହିଥାଏ । ଯାହା ଉଭୟ ଶାକାହାରୀ ଏବଂ ମାଂସହାରୀ ଖାଦ୍ୟରେ ରହିଥାଏ ।
କିଛି ଲୋକ ସୁସ୍ଥ ରହିବା ପାଇଁ ଓଜନ କମ ରହିବା ଦରକାର ବୋଲି ଭାବିଥାନ୍ତି । ଯଦି ଆପଣ ଏପରି ଭାବୁଛନ୍ତି ତେବେ ତାହା ସମ୍ପୂର୍ଣ୍ଣ ଭୁଲ ବୋଲି ଜାଣି ରଖନ୍ତୁ । କିନ୍ତୁ ଠିକ୍ ଭାବରେ ଖାଦ୍ୟ ନଖାଇଲେ ବିଭିନ୍ନ ସମସ୍ୟା ଦେଖାଯାଇଥାଏ ।


