ଆର.ଉଦୟଗିରି କୋର୍ଟ ସମ୍ମୁଖରେ କୁଢ଼ କୁଢ଼ ଅଳିଆ
ଆର.ଉଦୟଗିରି,(ଦେବାଶିଷ କାର୍ଜି): ଗଜପତି ଜିଲ୍ଲା ଆର.ଉଦୟଗିରି ସହରରେ ଥିବା କୋର୍ଟ ସାମ୍ନାରେ ପଡି ରହିଛି କୁଢ଼ କୁଢ଼ ଅଳିଆ | ଲଘୁଚାପ ଜନିତ ପ୍ରବଳ ବର୍ଷାରେ କୋର୍ଟ ସମ୍ମୁଖରେ ଥିବା ଡ୍ରେନେଜ ଗୁଡିକ ମାଟିରେ ପୋତିହୋଇ ରହିଥିବା ହେତୁ ସହରର ସମସ୍ତ ଅଳିଆ ଆବର୍ଜନା ଆସି କୋର୍ଟ ସମ୍ମୁଖରେ ଥିବା ରାସ୍ତା ଉପରେ ଗଦା ହୋଇ ରହିଥିବା ଦେଖିବାକୁ ମିଳିଛି | ତେବେ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ମାତ୍ର ୫୦ମିଟର ଦୂରରେ କୋର୍ଟ ସାମ୍ନାରେ ଯଦି ଏପରି ଅଳିଆ ଆବର୍ଜନା ପଡି ରହୁଛି ତାହା ହେଲେ ସହରରେ କିପରି ଅଳିଆ ଆବର୍ଜନା ସଫା ହେଉଥିବ ଏଇ ଚିତ୍ରରୁ ସ୍ପଷ୍ଟ ଅନୁମେୟ କରି ହେଉଛି | ପ୍ରତେକ ଦିନ ଉକ୍ତ ଆର.ଉଦୟଗିରି କୋର୍ଟକୁ ସହ ସହ ଜନ ସାଧାରଣ ଆସୁଥିବା ବେଳେ କୋର୍ଟ ସମ୍ମୁଖରେ ଅଳିଆ ଆବର୍ଜନା ଦୀର୍ଘ ଧରି ପଡି ରହୁଥିବା ହେତୁ ଉକ୍ତ ରାସ୍ତା ଅପରିଷ୍କାର ହେବା ସାଙ୍ଗକୁ ଅଳିଆ ଆବର୍ଜନା ପଚି ଶଢୀ ଏକ ପ୍ରକାର ଦୁର୍ଘନ୍ଧ ମୟ ପରିବେଶ ସୃଷ୍ଟି ହେଉଛି | ଯାହା ଫଳରେ ଉକ୍ତ ରାସ୍ତା ଦେଇ ଯିବା ଆସିବା କରୁଥିବା ଲୋକମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି | ତେଣୁ ଉଚ୍ଚ କତୃପକ୍ଷ କୋର୍ଟ ସମ୍ମୁଖରେ ପଡିରହିଥିବା ଅଳିଆ ଆବର୍ଜନା ସଫା କରିବାଲାଗି ସାଧାରଣରେ ଦାବି ଉଠୁଛି |