ବାରିପଦା ପୋଷ୍ଟ ଅଫିସରେ ସି.ବି.ଆଇ ରେଡ୍
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ଶୁକ୍ରବାର ଦିନ ୫ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ବାରିପଦା ମୁଖ୍ୟ ଡାକଘର ର ଅତିରିକ୍ତ ପୋଷ୍ଟମାଷ୍ଟର (ଆକାଉଣ୍ଟ) ମନୋଜ କୁମାର ମହାନ୍ତଙ୍କୁ ମାଡି ବସିଲା ସିବିଆଇ। ବିଲ୍ ପାସ କରାଇଦେବାକୁ ବିଭାଗୀୟ କର୍ମଚାରୀ ହରିହର ମାଝୀଙ୍କ ଠାରୁ ଲାଞ୍ଚ ମାଗିଥିଲେ। ଶ୍ରୀ ମାଝି ଏ ନେଇ ସିବିଆଇ ର ଦ୍ୱାରସ୍ଥ ହୋଇଥିଲେ । ଯାହାକୁ ନେଇ ସିବିଆଇ ପକ୍ଷରୁ ଏମ ୧୦ ଜଣିଆ ଟିମ୍ ଗଠନ କରାଯାଇ ଲାଞ୍ଚୁଆ ଅଧିକାରୀ ମନୋଜ କୁମାର ମହାନ୍ତଙ୍କୁ ଧରିବା ପାଇଁ ଯୋଜନା କରିଥିଲେ । ଯୋଜନା ମୁତାବକ ଆଜି ମନୋଜ ହରିହରଙ୍କ ଠାରୁ ଅଫିସ ପରିସରରେ ଲାଞ୍ଚ ନେଉଥିବା ବେଳେ ସିବିଆଇ ଟିମ୍ ମାଡି ବସିଥିଲା । ତେବେ ତଦନ୍ତ ଜାରି ରହିଥିବାରୁ ସିବିଆଇ ଅଧିକାରୀ ଅଧିକ ତଥ୍ୟ ଦେବାକୁ ମନା କରିଥିଲେ ।