ବ୍ୟାନର୍ ମାରି ହଟହଟା

ଜଗତସିଂହପୁର, (ଅନସୂୟା ରାଉତ):ବାଲିକୁଦା ବ୍ଲକ ଅନ୍ତର୍ଗତ ମୁଳୁଗାଁ ପଞ୍ଚାୟତର ଜଣେ ବ୍ୟକ୍ତି ମାନ୍ୟବର ସୂଚନା ଲୋକସମ୍ପର୍କ ଓ ଜଳସଂପଦ ମନ୍ତ୍ରୀ ଶ୍ରୀଯୁକ୍ତ ରଘୁନନ୍ଦନ ଦାସଙ୍କ ସହିତ ଫଟୋ ଛାପି ହାତରୁ ଟଙ୍କା ଖର୍ଚ୍ଚ କରି ହୋଡିଙ୍ଗ୍ ତିଆରି କରି ଶାରଦୀୟ ଦୁର୍ଗାପୂଜା ଅବସରରେ ପଞ୍ଚାୟତ ବାସୀଙ୍କୁ ଅଭିନନ୍ଦନ ଜଣାଇଥିଲେ। ଏହିହୋଡିଙ୍ଗ୍ ପଞ୍ଚାୟତର ଜେନାମଣି, ଦଦରା ବଜାର,ଦଳେଇତୋଟା ଆଦି ତିନିଗୋଟି ସ୍ଥାନରେ ବ୍ୟକ୍ତି ଜଣଙ୍କ ବହୁ ଆଗ୍ରହ ସହକାରେ ହୋଡିଙ୍ଗ୍ ମାରିଥିଲେ। ଲଖ୍ୟଥିଲା ହୋଡିଙ୍ଗ୍ ମାଧ୍ୟମରେ ପଞ୍ଚାୟତବାସୀଙ୍କ ନିକଟତର ହେବେ। ହେଲେ କୌଣସି ଦୁର୍ବୁତ୍ତ ସେସବୁ ବ୍ୟାନର୍ ମଧ୍ୟରୁ ଦୁଇଟି ଛିଣ୍ଡାଇ ନେଇ ଗୋଟିଏ ବ୍ୟାନର୍ ଉପରେ ଥିବା ବ୍ୟକ୍ତି ଜଣଙ୍କ ଫଟୋ ଚିତ୍ରରେ ହଳଦିଆ ତରଳ ରଙ୍ଗ ଢାଳି ଦେଇଛି। ଏହି ଘଟଣା ସାଧାରଣରେ କୌତହଳ ଓ ଚର୍ଚ୍ଚାର ବିଷୟ ପାଲଟିଛି। ଏହି ଘଟଣାକୁ କେତେକ ବ୍ୟକ୍ତି ବିଶେଷ ନିନ୍ଦା କରି କହିଛନ୍ତି ଅତୀତରେ ମଧ୍ୟ ଏହି ଅଞ୍ଚଳରେ ଅନେକ ଥର ହୋଡିଙ୍ଗ୍ ଚିରା ଓ ପୋଡା ହୋଇଥିଲା ବୋଲି କେତେକ ପୁରୁଖା ଲୋକ ପରିପ୍ରକାଶ କରିଛନ୍ତି। ଆହୁରି ମଧ୍ୟ କହିଛନ୍ତି ନିଶ୍ବାର୍ଥ ପର ସେବା ପରୋପକାର ମଣିଷ ପଣିଆ ଆଗରେ ସବୁକିଛି ପରାଜିତ ହୁଏ।ଲୋକଙ୍କ ଭଲପାଇବା ଟଙ୍କା କିମ୍ବା ପୋଡା ଜଳା ଦ୍ୱାରା କିଣାଯାଏ ନାହିଁ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ