ଜାତି କୂଳରୁ ବାସନ୍ଦ ଯୋଗୁ ସଭାପତିଙ୍କୁ ଆକ୍ରମଣ
ସାନଖେମୁଣ୍ଡି,(ପଦ୍ମଲୋଚନ ପାଣିଗ୍ରାହୀ): ଭଉଣୀଙ୍କୁ ଭାଇ ରଖିବା ପରେ ଜାତିରୁ ବାସନ୍ଦ କରାଯାଇଥିବା ଯୋଗୁ ଯୁବକ ଜଣକ ଉତ୍ୟକ୍ତ ହୋଇ କୂଳର ସଭାପତିଙ୍କୁ ଆକ୍ରମଣ ଘଟଣା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି | ଘଟଣାରୁ ଜଣାପଡିଛି ନିଜ ଦାଦାର ଝିଅ ଭଉଣୀକୁ ଭାଇ ରଖିଥିବା ଘଟଣା ଯୋଗୁ ଏମାନଙ୍କୁ ଜାତିରୁ ବାସନ୍ଦ କରାଯାଇଛି | ଏନେଇ ପାଟପୁର ଥାନାରେ ଦୀର୍ଘ ଏକ ବର୍ଷ ଧରି ସମାଧାନ କରି ଉଭୟ ପରିବାର ପକ୍ଷରୁ ସହମତି ପ୍ରକାରେ ବାହା ହେବ ପାଇଁ ନିଷ୍ପତି ହୋଇଥିଲା | ସେହି ଦିନଠାରୁ ଦୁଇଜଣ ଏକାଠି ହୋଇ ରହିଆସୁଥିଲେ | କିନ୍ତୁ ସେମାନଙ୍କର ଜାତି କୂଳ ସେମାନଙ୍କର ଏହି ନିଷ୍ପତି କୁ ଗ୍ରହଣ କରିନଥିଲେ | ସେମାନଙ୍କର କୂଳ ବୈଠକ ବସିଲା ପରେ ତାଙ୍କର ସଭାପତିଙ୍କର ନିଷ୍ପତି ଅନୁସାରେ ସେମାନଙ୍କୁ କୂଳରୁ ବାସନ୍ଦ କରାଯାଇଥିଲା | ଏଥିରେ ଉତ୍ୟକ୍ତ ହୋଇ ଦୁଇ ଭାଇ ମିଶି କୂଳର ସଭାପତିଙ୍କୁ ଆକ୍ରମଣ କରିଥିଲେ | ଏହି ସମୟରେ ଜଣେ ଭାଇ ତାଙ୍କୁ ବଞ୍ଚାଇ ବାକୁ ଚେଷ୍ଠା କରୁଥିବା ବେଳେ ତାଙ୍କର ଗୋଟିଏ ଆଙ୍ଗୁଠି କଟିଯାଇଥିଲା | ଏହାପରେ ତାଙ୍କୁ ଆଡପଡା ମେଡିକେଲରେ ଭର୍ତି କରାଯାଇଥିଲା ଓ ଏହାପରେ ତାଙ୍କୁ ବ୍ରହ୍ମପୁର ମେଡିକେଲ ପଠାଇଦେବା ଜଣାପଡିଛି | ଏନେଇ ପାଟପୁର ଥାନାରେ ଏତଲା ଦେଇଥିବା ଜଣାପଡିଛି | କିନ୍ତୁ ପାଟପୁର ପୋଲିସସଇ ପକ୍ଷରୁ କୌଣସି ସୂଚନା ଦେଇନଥିବା ଜଣାପଡିଛି |


