ବାଲିଗୁଡା ବିଡ଼ିଓ ଲୋକପ୍ରତିନିଧିଙ୍କ କଥା ଶୁଣୁନାହାନ୍ତି ; ବିଡ଼ିଓଙ୍କ ବଦଳି ଦାବୀରେ ବ୍ଲକ ଅଧକ୍ଷ ସମେତ ଲୋକପ୍ରତିନିଧିଙ୍କ ଧାରଣା
ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ଗୋଷ୍ଠୀ ଉନ୍ନୟନ ଅଧିକାରୀ ଲୋକ ପ୍ରତିନିଧି ମାନଙ୍କୁ ଅଣଦେଖା ପ୍ରତିବାଦରେ ଗୁରୁବାର ଠାରୁ ଅନିର୍ଦ୍ଧିଷ୍ଟ କାଳ ପାଇଁ ଧାରଣାରେ ବସିଲେ ଲୋକ ପ୍ରତିନିଧି l ବାଲିଗୁଡା ବିଡ଼ିଓ ନରେଶ ଚନ୍ଦ୍ର ଶବର ବ୍ଲକ ଅଧକ୍ଷ, ଉପାଧ୍ୟାକ୍ଷ, ସମିତି ସଭ୍ୟ, ଓ ସରପଞ୍ଚ ମାନଙ୍କ କଥାକୁ ନଶୁଣି ନିଜ ମନଇଛାରେ କାମ କରୁଛନ୍ତି ଓ ଲୋକ ପ୍ରତିନିଧି ମାନଙ୍କୁ ଦୁର୍ବ୍ୟବହାର କରି ଦୁର୍ନୀତିରେ ଲିପ୍ତ ରହୁଛନ୍ତି ଏମିତି ଅଭିଯୋଗ ଆଣିଛନ୍ତି ବ୍ଲକ ଅଧ୍ୟକ୍ଷ ପ୍ରମୋଦ କୁମାର ମଲିକ ଓ ଉପାଧ୍ୟାକ୍ଷା ମିନତୀ ସୁନା l ବିଡିଓ ନରେଶ ଚନ୍ଦ୍ର ଶବରଙ୍କ ଦୁର୍ନୀତିଖୋର ଓ ଲାଞ୍ଚ ମନୋଭାବ ଯୋଗୁଁ ବ୍ଲକରେ ବିକାଶ ହୋଇପାରୁନି l ଆଦିବାସୀ ଓ ଦଳିତ ଗରିବ ଲୋକଙ୍କ ପ୍ରତି ଘୃଣା ମନୋଭାବ ରହିଥିବା ଅଭିଯୋଗ ହେଉଛି l ସାତ ମାସ ପୂର୍ବରୁ ବଦଳି ସ୍ଵତ୍ତ୍ୱେ କେଉଁ କାରଣରୁ ଜ଼ିଲ୍ଲା ପ୍ରଶାସନ ବିଡିଓଙ୍କୁ ଘଣ୍ଟ ଘୋଡାଇ ରଖିଛି ବୋଲି ଲୋକ ପ୍ରତିନିଧି ମାନେ ପ୍ରଶ୍ନ କରିଛନ୍ତି l ବାଲିଗୁଡା ବିଡିଓ ନରେଶ ଚନ୍ଦ୍ର ଶବରଙ୍କୁ ଅତିଶୀଘ୍ର ଏଠାରୁ ବଦଳି କରାନଗଲେ ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ଆମରଣ ଅନଶନ ଓ ଆନ୍ଦୋଳନ ଜାରୀ ରହିବ ବୋଲି ବ୍ଲକ ଅଧକ୍ଷ ସମେତ ବାଲିଗୁଡା ବ୍ଲକର ସମସ୍ତ ପଞ୍ଚାୟତର ଲୋକ ପ୍ରତିନିଧି ମାନେ ଚେତାବନୀ ଦେଇଛନ୍ତି l