ତଣ୍ଡିକୁଳ ସରପଞ୍ଚଙ୍କ ଉପରେ ଜନ ଅସନ୍ତୋଷ ବୃଦ୍ଧି
ଜଗତସିଂହପୁର,(ଅନସୂୟା ରାଉତ): ଜଗତସିଂହପୁର ଜିଲ୍ଲାର ବାଲିକୁଦା ବ୍ଲକ ଅନ୍ତର୍ଗତ ତଣ୍ଡିକୁଳ ପଞ୍ଚାୟତ ଜନସାଧାରଣ ସାଧାରଣ ସୁବିଧା ସୁଯୋଗ ପାଇବାରୁ ବଞ୍ଚିତ ହେଉଛନ୍ତି । କେତେବେଳେ ରାସନ ସମସ୍ୟା ତ କେତେବେଳେ ଆବାସ ଗୃହ ପ୍ରଦାନ ସମସ୍ୟାରେ ତଣ୍ଡିକୁଳ ପଞ୍ଚାୟତବାସୀ କଷ୍ଟ ପାଉଥିବା ଖବର ବିଭିନ୍ନ ଗଣମାଧ୍ୟମରେ ହଟ ଚହଳ ସୃଷ୍ଟି କରିବା ସହ ସରପଞ୍ଚଙ୍କ ଭାବମୂର୍ତ୍ତୀକୁ କଳୁଷିତ କରୁଅଛି । ସେହି ପଞ୍ଚାୟତ ବାସୀ ଅରୁଣ ସେଠୀ ୪୦। ଉପର ଫୋଟୋ ଚିତ୍ରରେ ନିଜ କୁଡିଆ ନିକଟରେ ଠିଆ ହୋଇଛନ୍ତି । ତାଙ୍କର ବିକଳାଙ୍ଗ ପିତା ମାତା ଓ ପିଲା ମାନେ ଏହି ଘରେ ରହୁଛନ୍ତି । ଆଜି ଦିନରେ ଗୋଟିଏ ଗୋଟିଏ ପରିବାରରୁ ଦୁଇତିନି ଭାଇ ଏକାଠି ରହି ୩ରୁ ୪ଟି ଲେଖା ପକ୍କା ଘର ହାତେଇ ଥିବା ଅଭିଯୋଗ ହେଉଛି । କିନ୍ତୁ ଏହି ଶିକ୍ଷିତ ବେକାର ଯୁବକ ନିଜ ପରିବାର ମୁଣ୍ଡ ଗୁଞ୍ଜିବାକୁ ଆଜି ପର୍ଯ୍ୟନ୍ତ ପକ୍କା ଘରଟିଏ ପାଇପାରିଲା ନାହିଁ । ସରପଞ୍ଚ ବାବୁ ପକ୍କାଘର ଦେବା ପାଇଁ ଦଶହଜାର ଟଙ୍କା ମାଗୁଥିବା ଅରୁଣ କୋହଭରା କଣ୍ଠରେ ଯୁଗାବ୍ଦ ନିଉଜ୍ ଆଗରେ ବିବୃତି ଦେଇଛନ୍ତି। ବ୍ଲକ୍ ପ୍ରଶାସନ ମଧ୍ୟ ଅଭିଯୋଗ ପାଇ ନିରବ ଦ୍ରଷ୍ଟା ସାଜିଛି । ଏପରି ଦୁଃଖଦ ଘଟଣା ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି। କାରଣ ଗୋଟିଏ ମଙ୍ଗଳ ରାଷ୍ଟର ଏପରି ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି।


