ପ୍ରକଳ୍ପ ନିର୍ଦ୍ଦେଶକଙ୍କ ବାଲିପୋଖରୀ ପଞ୍ଚାୟତ ପରିଦର୍ଶନ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ବାଲିପୋଖରୀ ପଞ୍ଚାୟତକୁ ଆଜି ପ୍ରକଳ୍ପ ନିର୍ଦ୍ଦେଶକ ମଧୁସୂଦନ ଦାସ ପରିଦର୍ଶନ କରିଥିବା ଜଣାପଡିଛି । ପଞ୍ଚାୟତ କାର୍ଯ୍ୟାଳୟ ଠାରେ ପ୍ରକଳ୍ପ ନିର୍ଦ୍ଦେଶକଙ୍କ ସହ ବିଡିଓ ବିଜୟ କୁମାର ସାହୁ ପହଞ୍ଚି ବିଭିନ୍ନ ଉନ୍ନୟନ କାର୍ଯ୍ୟବାବଦରେ ସମୀକ୍ଷା କରିଥିବା ଜଣାପଡିଛି । ବିଶେଷକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ପାଇଖାନା, ରାସନକାର୍ଡ ସମ୍ପର୍କରେ ଅଧିକାରୀ ସମୀକ୍ଷା କରିଥିଲେ । ଏଥିରେ ସରପଞ୍ଚ ରଞ୍ଜୁଲତା ସେଠୀ, ପଞ୍ଚାୟତ କାର୍ଯ୍ୟାନିର୍ବାହୀ ଅଧିକାରୀ ନାରାୟଣ ଦାସ, ଗଗନ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ