ଗ୍ରାମ ଉତ୍‌ଥାନ ପକ୍ଷରୁ ଶୌଚାଳୟ ଦିବସ ପାଳିତ

ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକ ରଣଜିତ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଗ୍ରାମ ଉତ୍‌ଥାନ ପକ୍ଷରୁ ବିଶ୍ୱ ଶୌଚାଳୟ ଦିବସ ପାଳିତ ହୋଇଯାଇଛି । ଗ୍ରାମ ଉତ୍‌ଥାନ ଭଣ୍ଡାରିପୋଖରୀ ଶାଖାର ପରିଚାଳକ ଦୀପକ ନାୟକଙ୍କ ଅଧ୍ୟକ୍ଷତାରେ ବଳଦେବଜୀଉ ନୋଡାଲ ସ୍କୁଲ ଠାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟଅତିଥି ଭାବେ ସରପଞ୍ଚ ମନୋଜ ନାୟକ, ଜ୍ଞାନରଞ୍ଜନ ପରିଡା ଓ ପ୍ରଧାନଶିକ୍ଷୟତ୍ରୀ ମମିତା ମହାନ୍ତି ଯୋଗଦେଇ ବିଶ୍ୱ ଶୌଚାଳୟ ଦିବସ ପାଳନ ଉପରେ ଆଲୋକପାତ କରିଥିଲେ । ଏହି ଅବସରରେ ସ୍ୱଚ୍ଛତା ବାର୍ତ୍ତା ନେଇ ମହିଳାମାନେ ପଞ୍ଚାୟତ ପରିକ୍ରମା କରିଥିବାବେଳେ ଖୋଲା ସ୍ଥାନରେ ମଳତ୍ୟାଗ ନକରି ଗ୍ରାମ୍ୟ ପରିବେଶକୁ ସ୍ୱଚ୍ଛ ରଖିବାକୁ ଜନସାଧାରଣମାନଙ୍କୁ ନିବେଦନ କରିଥିଲେ । ଏହା ସହିତ ଗ୍ରାମ ଉତ୍‌ଥାନ ଦ୍ୱାରା ମାସ୍କ ବଣ୍ଟନ କରାଯାଇଥିଲା । କାର୍ଯ୍ୟକ୍ରମରେ ଅଙ୍ଗନବାଡି ଓ ଆଶା କର୍ମୀ ମାନେ ଯୋଗଦେଇଥିବାବେଳେ ସୁଶାନ୍ତ ମଲ୍ଲିକ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ