“ମିହିର ଦାସ ସବୁଠୁ ବଡ଼ ପ୍ରତିଯୋଗୀ

ଅଭିନେତ୍ରୀ ଉଷସୀ ମିଶ୍ରଙ୍କୁ କିଏ ଅବା ନ ଜାଣେ । ସେ ଜଣେ ଭଲ ଅଭିନେତ୍ରୀ । କେବଳ ଫିଲ୍ମ ନୁହେଁ, ଧାରାବାହିକ, ନାଟକ ଓ ଯାତ୍ରାରେ ବି ସେ ନିଜ ଅଭିନୟର ଯାଦୁ ଦେଖାଇ ସାରିଛନ୍ତି, ଯାହା ତାଙ୍କୁ ଅନ୍ୟ ଅଭିନେତ୍ରୀଙ୍କଠାରୁ ଏକ ଭିନ୍ନ ପରିଚୟ ଦେଇଛି । ଆଉ ଏହି ଦକ୍ଷ ଅଭିନେତ୍ରୀ ଜଣଙ୍କ ଓଡ଼ିଆ ଚଳଚ୍ଚିତ୍ର ଜଗତର ଅନ୍ୟତମ ବରିଷ୍ଠ ଅଭିନେତା ମିହିର ଦାସଙ୍କୁ ସମସ୍ତଙ୍କ ପାଇଁ ସବୁଠୁ ବଡ଼ ପ୍ରତିଯୋଗୀ ବୋଲି ମନେ କରନ୍ତି । କାରଣ ତାଙ୍କ ମତରେ ମିହିର ଦାସଙ୍କ ଅଭିନୟ ସମସ୍ତ କଳାକାରଙ୍କୁ ଆହ୍ୱାନ କଲା ଭଳି ବା ଚ୍ୟାଲେଞ୍ଜ କଲା ଭଳି ହୋଇଥାଏ ।
“ଓଟିଭି’ରେ ପ୍ରସାରିତ ହେଉଥିବା “ଗପସପ’ କାର୍ଯ୍ୟକ୍ରମର ଏକ ଏପିସୋଡରେ ଉଷସୀ କହିଥିଲେ,“ମିହିର ଦାସ ଜଣେ ଦକ୍ଷ କଳାକାର । ମୁଁ ଯେତେବେଳେ ବି ତାଙ୍କ ସହ ଅଭିନୟ କରେ ମନେ ମନେ ଭାବେ ତାଙ୍କ ପରି ତ ଅଭିନୟ କରିପାରିବିନି । ତାଙ୍କ ସହ କେବଳ ମ୍ୟାନେଜ୍ କଲାପରି ଅଭିନୟ କରିପାରିବି ।
ସେ ଆହୁରି କହିଥିଲେ,“ମିହିର୍ ଦାସ ସବୁ ଚରିତ୍ରକୁ ନ୍ୟାୟ ଦେବା ପରି ଅଭିନୟ କରିପାରନ୍ତି । ସେ ଏମିତି ଜଣେ ଅଭିନେତା ଯେ ପ୍ରତିଯୋଗିତା କରିବାର ଆହ୍ୱାନ ଦିଅନ୍ତି । ଏମିତି କୌଣସି ଚରିତ୍ର ନାହିଁ ଯେଉଁଥିରେ ମିହିର୍ ଦାସ ଅଭିନୟ କରି ଦର୍ଶକଙ୍କ ହୃଦୟ ଜିତି ପାରିନଥିବେ । ତାଙ୍କୁ ଦେଖିଲେ ଲାଗେ ଦିନେ ନା ଦିନେ ତାଙ୍କ ପରି କଳାକାରଟିଏ ହେବି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ