ସଫେଇ କର୍ମଚାରୀ ସଙ୍ଘ ପକ୍ଷରୁ ଆମ୍ବେଦକରଙ୍କ ଜୟନ୍ତୀ ପାଳିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): ଡଃ.ବି.ଆର. ଆମ୍ବେଦକର ସଫେଇ କର୍ମଚାରୀ ସଙ୍ଘ ଆନୁକୁଲ୍ୟରେ ପୈାରସଂସ୍ଥା ଟାଉନହଲ ପରିସରରେ ସମ୍ବିଧାନ ପ୍ରଣେତା ଭାରତରତ୍ନ ଡଃ.ଭୀମରାଓ ଆମ୍ବେଦକରଙ୍କ ୬୪ତମ ଜୟନ୍ତୀ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସଙ୍ଘର ସଭାପତି ନଗେନ୍ଦ୍ର ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉତ୍ସବରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ରାପଡା ବିଧାୟକ ଶଶୀଭୂଷଣ ବେହେରା ଯୋଗଦେଇ ସମସ୍ତ ଦଳିତ ପଛୁଆ ବର୍ଗର ଲୋକମାନେ ସଂଗଠିତ ହୋଇ ବାବା ସାହେବଙ୍କ ସ୍ୱପ୍ନକୁ ସଫଳ କରିବା ପାଇଁ ପ୍ରଚେଷ୍ଟା ଜାରି ରଖିବାକୁ ଆହ୍ୱାନ ଦେଇଥିଲେ । ଉତ୍ସବରେ ଅନ୍ୟତମ ଅତିଥି ଭାବେ ସହକାରୀ ଜିଲ୍ଲାପାଳ(ପ୍ରଶିକ୍ଷାର୍ଥୀ) ଅକ୍ଷୟ ସୁନିଲ ଅଗ୍ରୱାଲ, ଟାଉନ ଥାନା ଇନିସପେକ୍ଟର ଜ୍ୟୋତିରଞ୍ଜନ ସାମନ୍ତରାୟ, ସଦର ଥାନା ଇନିସପେକ୍ଟର ପ୍ରମୋଦ କୁମାର ମଲ୍ଲିକ ପ୍ରମୁଖ ଯୋଗଦେଇ ଡଃ. ଆମ୍ବେଦକରଙ୍କ ପ୍ରଣୀତ ସମ୍ବିଧାନ ହିଁ ଦେଶର ସବୁ ବ୍ୟବସ୍ଥାକୁ ନିୟନ୍ତ୍ରିତ କରିଆସିଛି ବୋଲି ମତବ୍ୟକ୍ତ କରିଥିଲେ । ସଙ୍ଘର ସମ୍ପାଦକ ରଜ ନାୟକ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ମୁନା ନାୟକ ସ୍ୱାଗତ ଭାଷଣ ଓ ସତୁ ନାୟକ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଆଇନଜୀବି ଅବିନାଶ ପଣ୍ଡା, ନାରାୟଣ ଗୋଛାୟତ, ଅମରବର ବିଶ୍ୱାଳ, ପ୍ରକାଶ ବେହେରା ପ୍ରମୁଖ ଉତ୍ସବ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ