ଟାଟା ଷ୍ଟିଲ୍ର “ଆଉଟ୍ଡୋର ଲିଡର୍ସିପ୍ କ୍ୟାମ୍ପ୍ସ” ସ୍ଥାନୀୟ ଯୁବବର୍ଗଙ୍କ ନେତୃତ୍ୱ ଦକ୍ଷତାକୁ ଶାଣିତ କରୁଛି
ଯୋଡ଼ା, (ସମୀର କୁମାର ଦାସ):ସ୍ତାନୀୟ ଯୁବବର୍ଗଙ୍କ ମଧ୍ୟରେ ନେତୃତ୍ୱ ଦକ୍ଷତା ଜାଗ୍ରତ କରିବା ଓ ଆନ୍ତଃ ବ୍ୟକ୍ତିଗତ ଦକ୍ଷତା ବିକଶିତ କରିବା ଲକ୍ଷ୍ୟ ନେଇ ଟାଟା ଷ୍ଟିଲ୍ ପକ୍ଷରୁ ନିୟମିତ ବ୍ୟବଧାନରେ “ଆଉଟ୍ଡୋର୍ ଲିଡରସିପ୍ କ୍ୟାମ୍ପ୍ସ” (ବର୍ହି ନେତୃତ୍ୱ ଶିବିର) ଆୟୋଜନ କରାଯାଉଛି ।୨୦୧୪ ପରଠାରୁ ଜାମସେଦପୁରର ତୁମୁଙ୍ଗ ଠାରେ ଆଉଟ୍ଡୋର୍ ଲିଡରସିପ୍ କ୍ୟାମ୍ପ୍ସରେ ପ୍ରଶିକ୍ଷଣ ଶେଷ କରିବା ପରେ କାଟାମାଟି ଆଖାପାଖି ଅଂଚଳର ୧୪୦ ଯୁବପିଢ଼ି ନିଜର ପର୍ବତାରୋହଣ ସ୍ୱପ୍ନକୁ ପୂରଣ କରିପାରିଛନ୍ତି ।ପ୍ରାରମ୍ଭିକ ଭାବେ ଚୟନ ହୋଇଥିବା ଯୁବବର୍ଗର ପିଲାମାନଙ୍କୁ ଝାଡ଼ଖଣ୍ଡର ତୁମୁଙ୍ଗରେ ଅନୁଷ୍ଠିତ ଆଉଟ୍ଡୋର୍ ଲିଡରସିପ୍ କ୍ୟାମ୍ପ୍ସ କୁ ପଠାଯାଉଥିଲା ଏବଂ ଏହା ପରେ ମୌଳିକ ପର୍ବତାରୋହଣ କୋର୍ସ ରହୁଥିଲା ଯେଉଁଥିରେ ସେମାନେ ବିଭିନ୍ନ ପ୍ରକାର କାର୍ଯ୍ୟକଳାପ ଯଥା ପର୍ବତାରୋହଣ, ବାଧା ଦୌଡ଼, ଫ୍ଲାଇଙ୍ଗ୍ ଫକ୍ସ, ରାପ୍ଲିଂ, ପଏଂଟ୍ ଟୁ ପଏଂଟ୍ ନେଭିଗେସନ, କେଭିଙ୍ଗ ଏବଂ ଟ୍ରେକିଂ ଅଭିଯାନରେ ଅଂଶ ଗ୍ରହଣ କରୁଥିଲେ ଯାହାର ଲକ୍ଷ୍ୟ ହେଉଛି ଦଳଗତ କାର୍ଯ୍ୟ ଏବଂ ଦକ୍ଷତା ବିକାଶ କରିବା । ପର୍ଯ୍ୟାୟକ୍ରମେ ସେମାନଙ୍କୁ ଆହୁରି ଉନ୍ନତ କୋର୍ସ ଗ୍ରହଣ କରିବାକୁ ଉତ୍ସାହିତ କରାଯାଉଥିଲା ଏବଂ ଟାଟା ଷ୍ଟିଲ୍ ଆଡଭେଂଚର ଫାଉଣ୍ଡେସନ ଦ୍ୱାରା ଆୟୋଜିତ ବିଭିନ୍ନ ପର୍ବତାରୋହଣ ଅଭିଯାନ ପାଇଁ ସେମାନଙ୍କୁ ଚୟନ କରାଯାଉଥିଲା । ବର୍ତମାନ ସୁଦ୍ଧା, ୧୬ରୁ ଅଧିକ ଯୁବବର୍ଗର ପିଲା ଉତରକାଶୀ ଯାଇଛନ୍ତି ଏବଂ ଆଉ କିଛି ପିଲା ହିମାଚଳ ପ୍ରଦେଶରେ ଥିବା ମାଉଂଟ୍ କାନାମୋ ଓ ମାଉଂଟ୍ ଜଗତଶୁଖ ଶିଖର ଲଂଘିବା ପାଇଁ ଚୟନ ହୋଇଛନ୍ତି ।କଟାମାଟିର ଜିଜ୍ଞାସିନୀ ଖିଲାର ହେଉଛନ୍ତି ସେଭଳି ଜଣେ ଯୁବବର୍ଗର ସଦସ୍ୟ ଯାହାଙ୍କୁ ଆଉଟ୍ଡୋର୍ ଲିଡରସିପ୍ କୋର୍ସ ଶେଷ କରିବାର ସୁଯୋଗ ମିଳିଥିଲା । ସେ କହିଛନ୍ତି ଯେ, “ଏହି ତିନିଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ମୋ ଜୀବନର ସବୁଠୁ ଉଲ୍ଲେଖନୀୟ ଅନୁଭୂତି ଥିଲା । କେବେବି ହାରିନଯିବାର ଭାବ ମୋ ଭିତରେ ସୃଷ୍ଟି କରିବା ଏବଂ ଅଭିଳାଷ ଲକ୍ଷ୍ୟକୁ ହାସଲ କରିବା ଲାଗି ଦୃଷ୍ଟି ନିବଦ୍ଧ ରଖି ପ୍ରୟାସ ଜାରି ରଖିବା ଶିଖିବାରେ ଏହା ମୋ ପାଇଁ ସହାୟକ ହୋଇଥିଲା । ଏହି ପ୍ରଶିକ୍ଷଣ ଅଭିଯାନ କଟାମାଟିର ସ୍ଥାନୀୟ ଯୁବବର୍ଗଙ୍କୁ ନେତୃତ୍ୱ, ଯୋଗାଯୋଗ, ଦଳଗତ କାର୍ଯ୍ୟ ଏବଂ ସମୟ ପରିଚାଳନା ଆଦି କୌଶଳ ଗ୍ରହଣ କରିବା ସହ ଅନୁଧାବନ କରିବା ଲାଗି ଏକ ନୂଆ ଆବେଗ ପ୍ରଦାନ କରିଥିଲା ।’’ଏଠାରେ ଉଲ୍ଲେଖଯୋଗ୍ୟ ଯେ ଏହି ସମସ୍ତ କାର୍ଯ୍ୟକଳାପ ଟାଟା ଷ୍ଟିଲ୍ ଆଡଭେଂଚର ଫାଉଣ୍ଡେସନ (ଟିଏସଏଏଫ୍)ର ଅଭିଜ୍ଞ ଇନଷ୍ଟ୍ରକଟରଙ୍କ ମାର୍ଗଦର୍ଶନରେ ଅନୁଷ୍ଠିତ ହୋଇଛି ।


