ନାବାଳିକା ଅପହରଣ କରି ଦାଦନ ଖଟିବାକୁ ନେଲେ ମହିଳା
ମୋହନା,( ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ରାଜ୍ୟରେ ଏବେ ଶିଶୁ ଓ ନାବାଳିକା ଙ୍କୁ ନେଇ ବେଶ ଚର୍ଚ୍ଚା |କୋମଳ ଶିଶୁ ପାଠ ପଡ଼ି ମଣିଷ ହେବା ପାଇଁ ଅନେକ ଯୋଜନା ଗଡିଛନ୍ତି ସରକାର | ହେଲେ ଏସବୁ ଯୋଜନା ଏବେ ବାଟ ବଣା ହେଉଛି, ଯାହା ଫଳରେ ପିଲା ପାଠ ପଢିବା ବୟସ ରେ ଦାଦନ ଖଟୁଛି | ଏପରିକି ମିଛ ଲାଳସା ଦେଖାଇ ଦଲାଲ ମନେ ଛୋଟ ପିଲାଙ୍କୁ ନେଇ ବାହାରେ ଦାଦନ ଖଟାଉଛନ୍ତି | ଏଭଳି ଅଭିଯୋଗ ଆସିଛି ମୋହନା ଥାନା ଅନ୍ତର୍ଗତ ମହୁଲପଦରୁ | ଗ୍ରାମର ଗଣେଶ କୁମାର ଓ ଦିବାକର କୁମାର ଙ୍କ ଦୁଇ ନାବାଳିକା ଝିଅ ଙ୍କୁ ନିଜ ଘରକୁ ଆସି ବୁଲିଯିବା ଲୋଭ ଦେଖାଇ ମଳାସପଦର ଗ୍ରାମର ସୁଚିତ୍ରା ଜାନୀ (୨୦) ତାଙ୍କୁ ବାହାର କୁ ନେଇ ଚାଲିଯାଇଛନ୍ତି | ଗତମାସ୨୭ରେ ବହୁ ଖୋଜା ଖୋଜି କରି ନପାଇବାରୁ ନିରାଶ ହଇଥିଲେ ଦୁଇ ନାବାଳିକା ଙ୍କ ପରିବାର ଲୋକେ | ଉକ୍ତ ଗ୍ରାମର ତିନି ଜଣ ବ୍ୟକ୍ତି ଦେଖିଥିଲେ ଦୁଇ ଝିଅଙ୍କୁ ନେଇ ସୁଚିତ୍ରା ଜାନୀ ବାହାରକୁ ଯିବାର | ଏହି ଖବର ଜାଣିବା ପରେ ଦୁଇ ଜଣଙ୍କ ବାପା ମୋହନା ଥାନା ରେ ଅଭିଯୋଗ କରିଛନ୍ତି | ସେ କହିଛନ୍ତି ନିଜର ଦୁଇ ଝିଅଙ୍କୁ ଫେରାଇ ଆଣିବା ସହ ଉକ୍ତ ଦଲାଲ କୁ ଉଚିତ ଦଣ୍ଡ ଦିଅ ଯାଉ | ଏ ନେଇ ମୋହନା ଥାନା ପକ୍ଷରୁ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଜାରି ରଖିଛି ପୋଲିସ |


