ପାରାଦୀପ କୋଷ୍ଟାଲ ଡିଷ୍ଟ୍ରିବୁଟର ଆସୋସିଏସନ୍ ତରଫରୁ ଜରାନିବାସକୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ
ପାରାଦୀପ,(ପୀତବାସ ପ୍ରଧାନ): ପାରାଦୀପ ନିକଟସ୍ଥ ସନ୍ତୋଷୀ ନଗରରେ ଥିବା ରତ୍ନମାଳୀଜେମା ଜରାନିବାସ ଅନ୍ତେବାସୀଙ୍କ ନିମନ୍ତେ ପାରାଦୀପ କୋଷ୍ଟାଲଡିଷ୍ଟ୍ରିବୁଟର ଆସୋସିଏସନ୍ ତରଫରୁ ଅତ୍ୟାବଶ୍ୟକ ସାମଗ୍ରୀ ପ୍ରଦାନ କରାଯାଇଛି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ପାରାଦୀପ ଅତିରିକ୍ତ ଜିଲ୍ଲାପାଳ କାହ୍ନୁଚରଣ ଧିରମୁଖ୍ୟ ଅତିଥି ଭାବେଯୋଗ ଦେଇଥିବାବେଳେ ସମ୍ମାନୀତ ଅତିଥି ଭାବେ ପୌରପାଳିକାର ପୂର୍ବତନ ଅଧ୍ୟକ୍ଷ ବସନ୍ତ ବିଶ୍ୱାଳଯୋଗ ଦେଇଥିଲେ । ପାରାଦୀପ କୋଷ୍ଟାଲଡିଷ୍ଟ୍ରିବୁଟର ସଂଗଠନର ସଭାପତି ତୁଷାରକାନ୍ତ ପରିଡାଙ୍କ ତତ୍ତ୍ୱାବଧାନରେ ସନ୍ତୋଷୀ ନଗରରେ ଥିବା ରତ୍ନମାଳୀଜେମା ଜରାନିବାସକୁ ୩୫ଟି ଚେୟାର, ଇନ୍ଭଟର, ୱାଟର ଫିଲଟରସମେତ ଏକ ମାସରଖାଦ୍ୟ ସାମଗ୍ରୀ, ବାଥରୁମ କବାଟ ଇତ୍ୟାଦି ଅତ୍ୟାବଶକ ସାମଗ୍ରୀ ପ୍ରଦାନ କରାଯାଇଥିଲା । ଏହି ଅବସରରେ ସଂଗଠନର କାର୍ଯ୍ୟକାରୀ ସଭାପତି ପ୍ରକାଶଚନ୍ଦ୍ରମହାନ୍ତି, ସଂପାଦକ ପ୍ରଦୀପ ସ୍ୱାଇଁ ପ୍ରମୁଖ ଏ ସମସ୍ତ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲୋ ଏହି କାର୍ଯ୍ୟକ୍ରମରେ ସଂଗଠନର ବହୁ ସଦସ୍ୟଙ୍କ ସମେତ ଜରାନିବାସର ବୃଦ୍ଧ, ମହିଳାଉପସ୍ଥିତ ଥିଲେ । ଏହି ଅବସରରେ ମୁଖ୍ୟ ଅତିଥି ଡଃ. ଧିର ନିଜ ବକ୍ତବ୍ୟରେ ଜରାନିବାସର ଅନ୍ତେବାସୀଙ୍କ ପାଇଁସହଯୋଗ ପାଇଁ ପ୍ରତିଶୃତି ଦେଇଥିବାବେଳେ ସମ୍ମାନୀତ ଅତିଥି ଶ୍ରୀ ବିଶ୍ୱାଳ ସହଯୋଗର ହାତ ବଢାଇବାକୁ ସ୍ୱିକୃତି ଦେଇଥିଲେ । ଏହି କାର୍ଯକ୍ରମରେ କୋଭିଡ ନିୟମାବଳୀକୁ ଅନୁସରଣକରି ଆୟୋଜନ କରାଯାଇଥିଲା । ସୂଚନା ଥାଉକି, ପାରାଦୀପ କୋଷ୍ଟାଲଡିଷ୍ଟ୍ରିବୁଟର ଆସୋସିଏସନ୍ ନିଜର ବ୍ୟବସାୟ ବ୍ୟତିତ ବିଭିନ୍ନ ଦୁର୍ବିପାକ ସମୟରେ ସର୍ବଦା ସହଯୋଗର ହାତ ବଢାଇଥାଏ । ଚଳିତ କୋରନା ମହାମାରୀ ସମୟରେ ଜରୁରୀ ଖାଦ୍ୟ ସାମଗ୍ରୀର ଅଭାବକୁ ଦୂରକରି ସହରବାସୀଙ୍କୁ ଖାଦ୍ୟ ସାମଗ୍ରୀ ଯୋଗାଇଥିଲା । ତେବେସଂଘ ନିୟମିତ ଭାବେ ଏହିପରି କାର୍ଯ୍ୟକ୍ରମ ଜାରୀରଖିବ ବୋଲି କାର୍ଯ୍ୟକାରୀ ସଭାପତି ପ୍ରକାଶଚନ୍ଦ୍ର ମହାନ୍ତିଙ୍କଠାରୁ ପ୍ରକାଶ ।


