ତେସିଙ୍ଗା ଠାରେ ଧାନମଣ୍ଡି ଉଦଘାଟିତ

ବାରିକପୁର,(ୱାଇଏନ୍ଏସ୍): ବାଲେଶ୍ୱର ଭଦ୍ରକ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଭଣ୍ଡାରିପୋଖରୀ ଶାଖା ଅଧିନ ତେସିଙ୍ଗା ସମିତି ଠାରେ ଚଳିତବର୍ଷ ଖରିଫ ଧାନ କ୍ରୟ ପାଇଁ ମଣ୍ଡି ଉଦଘାଟିତ ହୋଇଯାଇଛି । ସମିତି ସମ୍ପାଦକ ରାଜେନ୍ଦ୍ର ଖଣ୍ଡାଇଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୧୪ଜଣ ଚାଷୀ ଉପସ୍ଥିତ ରହି ସେମାନଙ୍କ ଉତ୍ପାଦିତ ଶସ୍ୟକୁ ବିକ୍ରୟ କରିଥିଲେ । ପ୍ରଥମ ଦିନରେ ୭୪୫.୬୦କୁଇଣ୍ଟାଲ ଧାନ କ୍ରୟ ହୋଇଥିବା ଜଣାଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ନିୟନ୍ତ୍ରିତ ବଜାର କମିଟି କର୍ମଚାରୀ ସହିତ ଅନୁବନ୍ଧିତ ମିଲର ଉପସ୍ଥିତ ଥିଲେ । ଏହାଛଡା ଚାଷୀ କମିଟିର କୈଳାସ ସାହୁ, ନାରାୟଣ ଚନ୍ଦ୍ର ଦାସ, ବିଦ୍ୟାଧର ଜେନା, ଦୁର୍ଯ୍ୟୋଧନ ପାତ୍ର, ରତ୍ନାକର ସାହୁ, ପରମେଶ୍ୱର ସାହୁ, ବଳରାମ ପଣ୍ଡା, ପ୍ରମୁଖ ଉପସ୍ଥିତ ରହି ଧାନକ୍ରୟ ସମ୍ପର୍କରେ ଅନୁଧ୍ୟାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ