ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ଅଧ୍ୟକ୍ଷତାରେ ଭଞ୍ଜନଗର ରୋଗୀ କଲ୍ୟାଣ ସମିତି ବୈଠକ ଅନୁଷ୍ଠିତ; ରୋଗୀସେବା,ଆନୁସଙ୍ଗିକ ବ୍ୟବସ୍ଥା ଓ ଭିର୍ତିଭୂମି ଉପରେ ଗୁରୁତ୍ୱ

ଭଞ୍ଜନଗର,(ସନ୍ତୋଷ କୁମାର ଜେନା): ଶନିବାର ଭଂଜନଗର ଉପଖଣ୍ଡ ମେଡ଼ିକାଲ ରୋଗୀ କଲ୍ୟାଣସମିରିର ବୈଠକ ସ୍ଥାନୀୟ ବିଧାୟକ ତଥା ରାଜ୍ୟ ଜଙ୍ଗଲ, ପରିବେଶ ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ମେଡ଼ିକାଲ ଅଧିକ୍ଷକ ସିତାଂଶୁ ଶେଖର ଶତପଥୀ ମେଡ଼ିକାଲର ବିଭିନ୍ନ ସୁବିଧା ଅସୁବିଧା ସମ୍ପର୍କରେ ସୂଚନା ଦେଇଥିବା ବେଳେ ପରିଚାଳକ ବିଚିତ୍ର ପାଣିଗ୍ରାହୀ ମେଡ଼ିକାଲର ବାର୍ଷିକ ବିବରଣୀ ପ୍ରଦାନ କରିଥିଲେ। ବୈଠକରେ ମୂଖ୍ୟତଃ ଉତ୍ତର ରୋଗୀ ସେବା ଓ ଭିର୍ତିଭୂମି ବିକାଶ ଉପରେ ଆଲୋଚନା ହୋଇଥିଲା। କୋରନା କଟକଣା ପାଇଁ ଅଧାପନ୍ତରିଆ ହୋଇରହିଥିବା କାଯ୍ୟ କୁ ଶୀଘ୍ର କରିବା ଏବଂ ମାତୃ ଓ ଶିଶୁ ମଙ୍ଗଳ ଚିକିତ୍ସାଳୟ କାଯ୍ୟ ତୁରନ୍ତ ଆରମ୍ଭ କରିବା ଉପରେ ଗୁରୁତ୍ୱାରୋପ କରାଯାଇଛି। ଏଥି ସହିତ ଷ୍ଟାଫଙ୍କ ପାଇଁ ନୂତନ କୋଠା ନିର୍ମାଣ, ଯାନବାହନ ରଖିବା ପାଇଁ ଷ୍ଟାଣ୍ଡ,୨୫୦କେଭିର ବିଦ୍ୟୁତ ଟ୍ରାନ୍ସଫର୍ମର ସ୍ଥାପନ, ଡାକ୍ତରଖାନା ପରିସର କୁ ପିଚୁ କରିବା,୨୪ଘଣ୍ଟିଆ ନିରାମୟ ସେବା ପ୍ରଦାନ ,ଅଧିକ ଡାକ୍ତର ନିଯୁକ୍ତି ଓ ପରିମଳ ବ୍ୟବସ୍ଥା ଉପରେ ଆଲୋକପାତ କରାଯାଇଥିଲା। ଏମପି ପାଣ୍ଠିରୁ ଗୋଟିଏ ଆମ୍ବୁଲାନ୍ସ ପାଇଁ ଅନୁରୋଧ କରାଯିବା ସହ ବିଧାୟକ ପାଣ୍ଠିରୁ ୫ଲକ୍ଷ ଟଙ୍କା ବ୍ୟୟରେ ମେଡ଼ିକାଲରେ ପାନୀୟଜଳ ଏବଂ ପରିମଳ ବ୍ୟବସ୍ଥାରେ ସୁଧାର ସହ ହାଇମାଷ୍ଟ ଲାଇଟ ଲାଗିବ ଓ ଡାକ୍ତରି ପଦବୀ ପୂରଣ କରାଯିବ ବୋଲି ମନ୍ତ୍ରୀ କହିଥିଲେ। ଏହି ଅବସରରେ ଉପଜିଲ୍ଲାପାଳ ରାଜେନ୍ଦ୍ର ମିଞ୍ଜ,ବିଡ଼ିଓ ଅନିଲ କୁମାର ସେଠୀ, ବ୍ଳକ ଅଧ୍ୟକ୍ଷ। ବିନ ଦଳ ବେହେରା,ତହସିଲଦାର ଆଲୋକ କୁମାର ପ୍ରଧାନ,ଏସଡିପିଓ ଶୁଭ୍ରାଂଶୁ ଶେଖର ମିଶ୍ର, ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ, ଏନ ଏ ସି ଇ ଓ ଚିନ୍ମୟ ଆଚାର୍ଯ୍ୟ ,ରୋଗୀ କଲ୍ୟାଣ ସମିତିର ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ। ଡ଼. ଆଲୋକ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ