ଗଜପତିରେ ପୁଣି ୧୦.୩୭ କୋଟିର ଚୋରୋ ଗଞ୍ଜେଇ ଚାଷକୁ ନଷ୍ଟ କରାଗଲା

ପାରଳାଖେମୁଣ୍ଡି,(ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା ଆର୍‌.ଉଦୟଗିରି ଥାନା ଅନ୍ତର୍ଗତ ଶବରପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ଜିରାଙ୍ଗ ଗ୍ରାମ ନିକଟ ଜଙ୍ଗଲରେ ଅବକାରୀ, ବନବିଭାଗ, ରାଜସ୍ୱ ବିଭାଗର ମିଳିତ ଚଢାଉ ଦ୍ୱାରା ବିପୁଳ ପରିମାଣର ଗଞ୍ଜେଇ ଚାଷ ନଷ୍ଟ କରାଯାଇଥିବା ଜଣାପଡିଛି । ଏଠାରେ ପ୍ରାୟ ୧ଲକ୍ଷ ୩ହଜାର ୭୪୦ଗୋଟି ଗଞ୍ଜେଇ ଗଛକୁ କଟା ଯାଇ ନଷ୍ଟ କରାଯାଇଛି । ଏହି ଗଞ୍ଜେଇ ଚାଷ ପ୍ରାୟ ୫୧.୮୭ ଏକର ଅଞ୍ଚଳରେ କରାଯାଉଥିଲା । ଏହି ଗଞ୍ଜେଇ ଚାଷ ଚଢାଉ ସମୟରେ ଆର୍‌.ଉଦୟଗିରି ତହସିଲଦାର ସ୍ମୃତି ରଂଜନ ଶତପଥି ମାଜିଷ୍ଟେ ୍ରଟ ଭାବେ ଉପସ୍ଥିତ ଥିଲେ । ଆର୍‌.ଉଦୟଗିରି ଥାନା ଅଧିକାରୀ ମମତା ନାୟକଙ୍କ ସହ ଅନ୍ୟାନ୍ୟ କର୍ମଚାରୀମାନେ ଉପସ୍ଥିତଥିଲେ । ନଷ୍ଟ କରାଯାଇଥିବା ଗଞ୍ଜେଇ ଗଛ ଗୁଡିକର ଆନୁମାନିକ ମୂଲ୍ୟ ପ୍ରାୟ ୧୦କୋଟି ୩୭ଲକ୍ଷ ୪୦ ହଜାର ଟଙ୍କା ହେବ ଏବଂ ଏନେଇ ଆର୍‌.ଉଦୟଗିରି ଥାନରେ ୧୨୫/୨୦ରେ ଏନ୍‌ଡିପିଏସ୍ ଆକ୍ଟ ଅନୁଯାଇ ଏକ ମାମଲା ରୁଜୁ ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ