ଖୋଲିବ ବିଦ୍ୟାଳୟ ଛାତ୍ରଛାତ୍ରୀମାନେ ପ୍ରସ୍ତୁତ
ମୋହନା,(ଅଂଶୁମାନ ପଣ୍ଡା): ଗଜପତି ଜିଲ୍ଲା ରାଜ୍ୟ ସରକାରଙ୍କ ନେତୃତ୍ୱରେ ଗଣ ଶିକ୍ଷା ମନ୍ତ୍ରୀ ସମିର ଦାଶ ସୂଚନା ଦେବା ପରେ ୮ ତାରିଖ ଠାରୁ ୧୦ମ ଶ୍ରେଣୀ ଛାତ୍ରଛାତ୍ରୀମାନଙ୍କ ପାଇଁ ବିଦ୍ୟାଳୟ ଖୋଲିବା ସହ ଯୁକ୍ତ ୨ ଛାତ୍ରଛାତ୍ରୀମାନଙ୍କ ପାଇଁ ୧୧ ରେ ଖୋଲିବ ମହାବିଦ୍ୟାଳୟ । ଏଥି ନିମନ୍ତେ ପ୍ରତ୍ୟେକ ବିଦ୍ୟାଳୟ ସଫାସୁତରା କରିବା ସହ ସାନିଟାଇଜର କରି ସାମାଜିକ ଦୁରତା ରକ୍ଷା କରି ବିଦ୍ୟାଳୟ ଗୁଡିକରେ ଟେବୁଲ ସଜାଯାଇଛି ଦୀର୍ଘ ୯ ମାସ ପରେ ବିଦ୍ୟାଳୟ ଖୋଲୁଥିବାରୁ ଛାତ୍ରଛାତ୍ରୀ ଅଭିଭାବକ ମନରେ ବହୁ ଆନନ୍ଦ ଦେଖିବାକୁ ମିଳିଛି । ଅନ୍ୟପଟେ ଗୋଟିଏ ବର୍ଷର ପାଠ ୧୦୦ ଦିନ ମଧ୍ୟରେ ପଢାଯିବ ଏବଂ ପରିକ୍ଷା ପାଇଁ ୮୦ ମାର୍କ ଧାର୍ଯ୍ୟ କରାଯାଇଛି । ଏହି ଅନୁସାରେ ଛାତ୍ରଛାତ୍ରୀମାନେ ୧୦୦ ଦିନ ମଧ୍ୟରେ ବର୍ଷକର ପାଠ ପଢୀ ଭଲ ମାର୍କ ରଖିବା ପାଇଁ ଚେଷ୍ଟା ଜାରି କରିବା ସହ ନିଜର ବହି ପତ୍ର ସଜ୍ଜାସଜି କରିଛନ୍ତି । ଅନ୍ୟ ପଟେ କିଛି ଅଭିଭାବକଙ୍କ ମନରେ ଭୟ ରହିଥିଲେ ମଧ୍ୟ ପିଲାଙ୍କ ଭବିଷ୍ୟତକୁ ଦେଖି ବିଦ୍ୟାଳୟ ଛାଡିବା ପାଇଁ ପ୍ରସ୍ତୁତ ହୋଇଛନ୍ତି । ଏପରିକି ସାମାଜିକ ଦୁରତା, ମାକ୍ସ ପିନ୍ଧିବା, ସାନିଟାଇଜର ବ୍ୟବାହାର କରିବା, ନିଜ ସାଙ୍ଗ ସାଥିମେଳୀ ନକରି ଦୂରତା ରକ୍ଷା କରିବା ନେଇ କହିଛନ୍ତି ।


