ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ବିଶ୍ୱହିନ୍ଦୁ ପରିଷଦ ଓ ସାଧୁସନ୍ଥଙ୍କ ବୈଠକ
ହାଟଡ଼ିହି, (ବିକାଶ ବିଶ୍ୱାଳ) : ଅଯୋଧ୍ୟା ଠାରେ ଶ୍ରୀରାମଙ୍କ ଭବ୍ୟ ମନ୍ଦିର ନିର୍ମାଣପାଇଁ ବିଶ୍ୱହିନ୍ଦୁ ପରିଷଦ ଓ ସାଧୁସନ୍ଥଙ୍କ ଏକ ବୈଠକ ଅଣାଧୁନୀ ମଠ ଠାରେ ଅନୁଷ୍ଠିତ ହୋଇଯାଇଛି । ଏଠାରେ ଅନେକ ରାମଭକ୍ତ ମନ୍ଦିର ନିର୍ମାଣ ପାଇଁ ସେମାନଙ୍କ ଶ୍ରଦ୍ଧାନିଧି ଚେକ ମାଧ୍ୟମରେ ପ୍ରଦାନ କରିଥିଲେ । ଏହି ବୈଠକରେ ଅନେକ ସାଧୁସନ୍ଥ ଯୋଗଦେଇଥିବାବେଳେ ଅଣାଧୁନୀ ମଠର ମହାନ୍ତ ଜ୍ଞାନାନନ୍ଦ ଗିରି ଅଧ୍ୟକ୍ଷତା କରିଥିଲେ । ଏହି ବୈଠକରେ ବିଶ୍ୱହିନ୍ଦୁ ପରିଷଦର ପ୍ରାନ୍ତ ସତସଙ୍ଗ ପ୍ରମୁଖ ଗଣେଶ୍ୱର ସାହୁ, ଆନନ୍ଦପୁର ବିଶ୍ୱହିନ୍ଦୁ ପରିଷଦର ଉପସଭାପତି ହଳଧର ସାହୁ, ପୁର୍ବତନ ସାଂସଦ ଅନନ୍ତ ନାୟକ, ଆଲୋକ ସେଠୀ, ଜୟନାରାୟଣ ମହାପାତ୍ର, ଭୀମସେନ ମଲ୍ଲିକ, ଅଶୋକ ରାଜ, ସନାତନ ବେହେରା, ପ୍ରଫୁଲ ବେହେରା, ସୁଶାନ୍ତ ଜେନା ପ୍ରମୁଖ ଯୋଗଦେଇଥିଲେ । ଦୁଇଶହରୁ ଉର୍ଦ୍ଧ ରାମଭକ୍ତଙ୍କ ଉପସ୍ଥିତିରେ ମନ୍ଦିର ପାଇଁ ନିଧିସଂଗ୍ରହ କାର୍ଯ୍ୟ ସର୍ବଷ୍ପର୍ଶୀ ଭାବେ କରାଯିବାକୁ ନିଷ୍ପତି ନିଆଯାଇଥିଲା । ଏହି ଅବସରରେ ଦାମୋଦର ଦେବତା, ଭୀମସେନ ମଲ୍ଲିକ, କ୍ଷେତ୍ରବାସୀ ରାଜ, ସୂର୍ଯ୍ୟମଣୀ ଦେବତା, କୈଳାଶ ରାଉତ, ବାୟାଣି ମଲ୍ଲିକ, ସସ୍ମିତା ଦେବତା, ଗଣନାଥ ନାୟକ, କନକଲତା ବିଶ୍ୱାଳ, ମାଳତୀ ମଲ୍ଲିକ ପ୍ରମୁଖ ନିଜ ନିଜର ଶ୍ରଦ୍ଧାନିଧି ଚେକ ମାଧ୍ୟମରେ ନିଧି ସଂଗ୍ରହକଙ୍କୁ ଅର୍ପଣ କରିଥିଲେ ।


