ପିସିସି ସଭାପତିଙ୍କ ଭଣ୍ଡାରିପୋଖରୀ ଗସ୍ତ
ଭଣ୍ଡାରିପୋଖରୀ,(ଦୁର୍ଯ୍ୟୋଧନ ଲେଙ୍କା): ଭଣ୍ଡାରିପୋଖରୀ ବ୍ଲକକୁ ପବିତ୍ର ମକର ସଂକ୍ରାନ୍ତି ଦିନ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଗସ୍ତ କରି ବିଭିନ୍ନ ସ୍ଥାନରେ କର୍ମୀମାନଙ୍କ ସହିତ ଭାବବିନିମୟ କରିଥିଲେ । ମାଳଦା ଅଞ୍ଚଳର ବିଶିଷ୍ଟ ଶିକ୍ଷାବିତ ତଥା ସୁସାହିତ୍ୟିକ ନାରାୟ ଚନ୍ଦ୍ର ସାମଲଙ୍କ ବିୟୋଗରେ ଶ୍ରୀ ପଟ୍ଟନାୟକ ଶୋକ ବ୍ୟକ୍ତି କରିିବା ସହ ପରିବାର ବର୍ଗଙ୍କୁ ଭେଟି ସମବେଦନା ଜଣାଇଥିଲେ । ଏହାପରେ ସ୍ଥାନୀୟ ଜଗନ୍ନାଥ ବଜାର ଠାରେ ପିସିସି ସଭାପତି ଦଳର ବରିଷ୍ଠ କର୍ମମାନଙ୍କ ସହିତ ବିଭିନ୍ନ ଆଲୋଚନା କରିଥିଲେ । ଏଥିରେ ଜିଲ୍ଲା କଂଗ୍ରେସ ସଭାପତି ସୁବ୍ରତ ଦାସ, ବରିଷ୍ଠ କଂଗ୍ରେସ ନେତା ଗୋଲକ ଚନ୍ଦ୍ର ବେହେରା, ବ୍ଲକ କଂଗ୍ରେସ ସଭାପତି ରଜନୀକାନ୍ତ ଚନ୍ଦ, ଯୁବ କଂଗ୍ରେସ ସଭାପତି ବିଜୟ ଶଙ୍କର ମହାନ୍ତି, ସରପଞ୍ଚ ମନୋଜ ନୟାକ, ବନ୍ତ ବ୍ଲକ କଂଗ୍ରେସ ସଭାପତି ରାଜକିଶୋର ସ୍ୱାଇଁ, ବରିଷ୍ଠ ନେତା ନୃସିଂହ ଚରଣ ଖିଲାର, ବିନୋଦ ବିହାରୀ ପଲାଇ, ଅନିଲ ଶତପଥି, ପ୍ରଶାନ୍ତ ଦାସ, ଟୁକୁନା ସାମଲ,ରାମଚନ୍ଦ୍ର ବେହେରା, ପବିତ୍ର ପାଣିଗ୍ରାହୀ, ଘନଶସ୍ୟାମ ସେନାପତି, ପଦ୍ମନାଭ ଜେନା ପ୍ରମୁଖ ଉପସ୍ଥିତ ଥିଲେ ।


