କ୍ଳବ୍’୯୯ ର ବାର୍ଷିକ ବୈଠକ

ବେଲଗୁଣ୍ଠା,(ଶିବରାମ ଚୌଧୁରୀ): ବେଲଗୁଣ୍ଠା ଜି.ଟି ହାଇସ୍କୁଲ ୧୯୯୯ ଦଶମ ଶ୍ରେଣୀ ବ୍ୟାଚ୍ ତଥା କ୍ଳବ୍’୯୯ର ବାର୍ଷିକ ବୈଠକ ତଥା ବନ୍ଧୁ ମିଳନ କନ୍ଧମାଳ ଜିଲ୍ଲା ପକଡାଝର ଜଳପ୍ରପାତ ଠାରେ ଅନୁଷ୍ଠିତ ହୋଇଯାଇଅଛି ।କ୍ଳବ୍ ସଭାପତି ଅଶ୍ୱିନୀ କୁମାର ମହାନ୍ତିଙ୍କ ସଭାପତିତ୍ୱରେ ହୋଇଥିବା ଏହି କାର୍ଯ୍ୟକ୍ରମରେ ସର୍ବ ସମ୍ମତି କ୍ରମେ ସଭାପତି ଶ୍ରୀ ମହାନ୍ତି ପୁଣି ଥରେ ସଭାପତି ଦାୟିତ୍ୱ ଗ୍ରହଣ କରିଥିଲେ ।ଏଥିସହ ଉପସଭାପତି ଭାବରେ ମଧୂସୁଦନ ଦାସ,ସମ୍ପାଦକ ଭାବେ କାଶୀନାଥ ସାହୁ, ସହ-ସମ୍ପାଦକ ଭାବରେ ଅରବିନ୍ଦ ପାତ୍ର,କୋଷାଧ୍ୟକ୍ଷ ଭାବେ ଅକ୍ଷୟ କୁମାର ଜେନା ଓ ରାକେଶ ପାତ୍ର ମନୋନୀତ ହୋଇଥିଲେ ।ନିରଞ୍ଜନ ପତି ସ୍ୱାଗତ ଭାଷଣ ଦେଇଥିବା ବେଳେ କାର୍ଯ୍ୟକ୍ରମ ଆରମ୍ଭରେ ଦୁଇଜଣ ଦ୍ୱିବଂଗତ ବନ୍ଧୁ ଅନୁଜ ଓ ବିଷ୍ଣୁଙ୍କ ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା ।ତା ସଙ୍ଗେ କ୍ଳବ୍ ତରଫରୁ ଗତ କିଛି ମାସ ତଳେ ମୋଟର ସାଇକେଲ ଦୁର୍ଘଟଣାରେ ଆହତ ହୋଇଥିବା ଜଣେ ଯୁବକକୁ ଆର୍ଥିକ ସାହାଯ୍ୟ କରାଯାଇଥିଲା ସେହିଭଳି ସାମାଜିକ କାର୍ଯ୍ୟକ୍ରମ ଆଗାମୀ ଦିନରେ ଜାରି ରହିବ ବୋଲି ନିଷ୍ପତ୍ତି ନିଆଯାଇଥିଲା ।ପ୍ରତି ଦୁଇବର୍ଷରେ ଥରେ ହେଉଥିବା ବେଲଗୁଣ୍ଠା ମାଁ ବ୍ରାହ୍ମଣଦେବୀ ଯାତ୍ରାରେ ଗତ ୨୦୧୯ରେ କ୍ଳବ୍୯୯ତରଫରୁ ମାଁ ଙ୍କ ନଗର ପରିକ୍ରମା ହୋଇଥିଲା ।ସେହିପରି ଏ ବର୍ଷ ମଧ୍ୟ ମାଁ ଙ୍କ ନଗର ପରିକ୍ରମା କରାଯିବା ପାଇଁ ସର୍ବ ସମ୍ମତି କ୍ରମେ ପ୍ରସ୍ତାବ ଗୃହୀତ ହୋଇଥିଲା ।ଶେଷରେ ସମ୍ପାଦକ କାଶୀନାଥ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।ଅନ୍ୟମାନଙ୍କ ମଧ୍ୟରେ ଭକ୍ତ, ରଞ୍ଜିତ, ଭି. ସନ୍ତୋଷ, ସୁଶାନ୍ତ, ଟିକିନା, ରଘୁନାଥ, ପୃଥିବୀ, ନାରାୟଣ, ସ୍ୱରାଜ୍ୟ, ଜଗା, ଶୁଭାଶିଷ, ଶ୍ରୀକାନ୍ତ, ଚନ୍ଦ୍ରକାନ୍ତ, ସୀମାଞ୍ଚଳ ପ୍ରମୁଖ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ