ତହସିଲ କାର୍ଯ୍ୟାଳୟର କାର୍ଯ୍ୟରତ କିରାଣୀଙ୍କ ଉପରେ ଆକ୍ରମଣକୁ ନିନ୍ଦା କଲା ବାଲିକୁଦା ବ୍ଲକ କଂଗ୍ରେସ।

ଜଗତସିଂହପୁର, (ଅନସୂୟା ରାଉତ): ବାଲିକୁଦା ତହସିଲ୍ କାର୍ଯାଳୟର ଜଣେ କର୍ମଚାରୀଙ୍କ ଉପରେ ଜଣେ ବ୍ୟକ୍ତି ଗତକାଲି ମରଣାନ୍ତକ ଆକ୍ରମଣ କରିଥିଲେ। ସଂପୃକ୍ତ ବ୍ୟକ୍ତିଙ୍କୁ ଗିରଫ ଦାବିରେ ବାଲିକୁଦା ବ୍ଲକ କଂଗ୍ରେସ କମିଟି ପକ୍ଷରୁ ଦାବି କରାଯାଇଛି। ଜଣେ ସରକାରୀ କର୍ମଚାରୀ ଯଦି କିଛି ଭୁଲ୍ କାର୍ଯ୍ୟ କରିଥିଲେ ତେବେ ତାଙ୍କ ବିରୁଦ୍ଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା କଥା। ସେହିପରି ନ କରି ତାଙ୍କୁ ଆକ୍ରମଣ କରିବା ଅତ୍ୟନ୍ତ ନିନ୍ଦନୀୟ ବୋଲି କମିଟି ପକ୍ଷରୁ ବ୍ଲକ ସଭାପତି ବିକ୍ରମ ପରିଡା, କଂଗ୍ରେସ ଯୁବନେତା ବିଭୂତି ଭୂଷଣ ସ୍ବାଇଁ, ବୋରିକିନା ସରପଞ୍ଚ ସାଧୁଚରଣ ସାହୁ ,ରାଜକିଶୋର ସାହୁ, ଆର୍ତ୍ତତ୍ରାଣ ବିଶ୍ବାଳ, ଜିଲ୍ଲା ପରିଷଦ ସଭ୍ୟ ମହନି ଚରଣ ରାଉତ, ବରିଷ୍ଠ କଂଗ୍ରେସ ନେତା ବୈରାଗୀ ଚରଣ ରାଉତ ଓ କାଳନ୍ଦୀ ମହାନ୍ତି ପ୍ରମୁଖ ପ୍ରକାଶ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ