ମୋହନା ଅଞ୍ଚଳରେ ୭୨ତମ ସାଧାରଣତନ୍ତ୍ର ଦିବସ ପାଳିତ

ମୋହନା,(ଅଂଶୁମାନ ପଣ୍ଡା): ମୋହନା ବ୍ଲକର ବିଭିନ୍ନ ସ୍ଥାନରେ କୋଭିଡ଼ ନୟମ ମାନି ପାଳନ ହୋଇଛି ୭୨ତମ ସାଧାରଣତନ୍ତ୍ର ଦିବସ | ବିନା ଛାତ୍ର ଛାତ୍ରୀ ରେ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ପତାକା ଉତ୍ତୋଳନ କରିଥିଲେ | ସକାଳୁ ମୋହନା,ଥାନା ପରିସରରେ ଥାନା ଅଧିକାରୀ ସୁଜିତ କୁମାର ନାୟକ,ଅଡବା ଥାନା ରେ ଆନନ୍ଦଚନ୍ଦ୍ରପାତ୍ର, ବ୍ଲକ ପରିସରରେ ବିଡ଼ିଓ ବଂଶୀଧର ଖୋସଲା, ହିଲଟୋପ ମହାବିଦ୍ୟାଳୟରେ ଯୁକ୍ତ ଦୁଇ ଅଧ୍ୟାପକ ରମେଶ ସାହୁ, କୋର୍ଟରେ ପ୍ରଥମ ଶ୍ରେଣୀ ବିଚାରପତି ଅନନ୍ୟ ଦାଶ, ଚାନ୍ଦିପୁଟ ଇନ୍ଦ୍ରାମେମରିଆଲ ମହାବିଦ୍ୟାଳୟରେ ଅଧ୍ୟାପକ ପୂର୍ଣ୍ଣଚନ୍ଦ୍ର ତ୍ରିପାଠୀ, ଗୁଷ୍ଠି ଶିକ୍ଷା ଅଧିକାରୀ କାର୍ଯ୍ୟାଳୟରେ ଯୁଧିଷ୍ଠିର ବେହେରା, ଯୁବକ ସଙ୍ଘରେ ସଭାପତି ଅଜିତ ପାତ୍ର,ଏବଂ ବିଭିନ୍ନ ସରକାରୀ ବେସରକାରୀ କାର୍ଯ୍ୟାଳୟ ଗୁଡ଼ିକରେ ମଧ୍ୟ ପତାକା ଉତ୍ତୋଳନ କରାଯାଇଥିଲା | ଶେଷରେ ମୋହନା ଉନ୍ନୟନ ପାରିଷଦ ପକ୍ଷରୁ ଏକ ସଭାର ଆୟୋଜନ କରାଯାଇଥିଲା |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ