ରକ୍ତଦାନ କରି ନିଆରା ଢ଼ଙ୍ଗରେ ବିବାହ ବାର୍ଷିକୀ ପାଳିଲେ ଶିକ୍ଷକ

ବେଲଗୁଣ୍ଠା, (ସନ୍ତୋଷ ବିଷୋୟୀ): ନିଜର ପ୍ରଥମ ବିବାହ ବାର୍ଷିକୀକୁ ଏକ ନିଆରା ଢ଼ଙ୍ଗରେ ପାଳିଛନ୍ତି ବେଲଗୁଣ୍ଠା ବ୍ଲକର ଜଣେ ଶିକ୍ଷକ I ସୂଚନା ପ୍ରକାରେ ବେଲଗୁଣ୍ଠା ବ୍ଳକ୍ କୁମୁଣ୍ଡି ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ଶିଶିର କୁମାର ସ୍ଵାଇଁ(୩୧) ଗତ ବର୍ଷ ଜାନୁୟାରୀ ମାସ ତିରିଶ ତାରିଖରେ ବର୍ଷାରାଣୀଙ୍କୁ ବିବାହ କରିଥିଲେ I ଆଜି ସେମାନଙ୍କ ପ୍ରଥମ ବିବାହ ବାର୍ଷିକୀ ଥିବାରୁ ଏହାକୁ ଅଯଥା ଭୋଜିଭାତ ଆଡମ୍ବରରେ ନ ପାଳି ସ୍ଵେଚ୍ଛାକୃତ ଭାବେ ରକ୍ତଦାନ କରି ପାଳିବାକୁ ନିଷ୍ପତି ନେଇଥିଲେ I ଆଜି ଶିଶିର ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ୍ ର ଓଡ଼ିଶା ରକ୍ତ ଭଣ୍ଡାରକୁ ଯାଇ ସ୍ଵେଚ୍ଛାକୃତ ରକ୍ତଦାନ କରିଥିଲେ I ରକ୍ତ ସଂଗ୍ରହ କାର୍ଯ୍ୟରେ ସିନିୟର ଟେକ୍ନିସିଆନ ଡକ୍ଟର୍ ସୁରେନ୍ଦ୍ର ମହାପାତ୍ର, ରକ୍ତଭଣ୍ଡାର କର୍ମଚାରୀ ବିପିନ ବିହାରୀ ପାଣିଗ୍ରାହୀ, ସୀମାଞ୍ଚଳ ସେଠୀ ଏବଂ ସହାୟକ କେନ୍ଦ୍ର ପରିଚାଳକ ନାରାୟଣ ବେହେରା ସହଯୋଗ କରିଥିଲେ I ପ୍ରକାଶ ଥାଉକି ଶିଶିର ମୃତ୍ୟୁ ପରେ ନିଜର କିଡନୀ ଏବଂ ଫୁସଫୁସ୍ ମଧ୍ୟ ଦାନ କରିବାକୁ ଚୁକ୍ତିବଦ୍ଧ ହୋଇସାରିଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ