କୋଦଳାରେ ତିଆରି ହୋଉଛି ବିଭିନ୍ନ କମ୍ପାନୀର ନକଲି ପାଣି ଓ କୋଲ୍ଡ ଡ୍ରିଙ୍କସ ବୋତଲ କେବେ ହେବ ତଦନ୍ତ 

କୋଦଳା,(ଗୁଲସନ କୁମାର କର):  ବିଗତ କିଛି ଦିନ ହେଲା ରାଜ୍ୟର ଛାତି ଉପରେ ଚାଲି ଆସୁଥିଲା ମାଳମାଳ ନକଲି ପାଣି ଫେକ୍ଟ୍ରି, କୋଲ୍ଡ ଡ୍ରିଙ୍କସ, ମସଲା ଫେକ୍ଟ୍ରି,ନକଲି ଘିଅ,ହଳଦୀ ଓ ଜର୍ଦ୍ଧା ଫେକ୍ଟ୍ରି,କିନ୍ତୁ ଏହାରି ଭିତରେ ଗଞ୍ଜାମ ଜିଲ୍ଲାରୁ ମଧ୍ୟ ଅନେକ ନକଲି କାରଖାନା ମାନ ଠାବ ହୋଇଥିଲା। ଅନେକ ସ୍ଥାନରେ ମୃଦୁ ପାନୀୟ ଜଳ, କୋଲଡ୍ରିଙ୍କ ଆଦିର ନକଲି ଲୋଗୋ ମାନ ଲଗାଇ ବାହାରକୁ ରପ୍ତାନୀ କରାଯାଉଥିଲା। କିନ୍ତୁ ଏହା ଉପରେ ସ୍ଥାନୀୟ ପ୍ରସାସନ ଓ ପୋଲିସ କର୍ମଚାରୀଙ୍କ ଦ୍ଵାରା ଅନେକ ସ୍ଥାନରେ ନକଲି ସାମଗ୍ରୀ ଜବତ କରିବା ସହ ସେଠାକାର ମାଲିକ ମାନଙ୍କୁ ମଧ୍ୟ ଗିରଫ କରାଯାଇଛି। ଗଞ୍ଜାମ ଜିଲ୍ଲା କୋଦଳା ସହର ମଧ୍ୟରେ କୋଲ୍ଡ ଡ୍ରିଙ୍କସ ଓ ଅପମିଶ୍ରିତ ପାଣି ବୋତଲ ଫ୍ୟକ୍ଟ୍ରି ଅବାଧରେ ଚାଲିଛି l ସହର ଠାରୁ ୧ କି. ମି ଦୂରତା ବା ଆଖପାଖ ଅଞ୍ଚଳରେ ପାଣି ଫ୍ୟକ୍ଟ୍ରି କାରଖାନା ରହିଥିବା ସାଧାରଣରେ ଚର୍ଚ୍ଚା ହେଉଛି l ସେଠାରେ କେଉଁଭଳି, କିପରି ଭାବେ ପାଣି ତିଆରି ଚାଲିଛି ତାହା ପ୍ରଶାସନ ଥରେ ତାହା ଉପରେ ଦୃଷ୍ଟି ଦେବା ଆବଶ୍ୟକତା ରହିଛି l ଏବଂ ବିଭିନ୍ନ ନାମରେ ନାମକରଣ କରି ନିଜେ କମ୍ପୁଟର ଲୋଗୋ ଲଗାଇ ସହର ଓ ଗ୍ରାମାଞ୍ଚଳ ମାନଙ୍କରେ ଅପମିଶ୍ରିତ ପାଣି, କୋଲ୍ଡ ଡ୍ରିଙ୍କସ ମିଳୁଥିବା ନଜର ରହିଛି l କିନ୍ତୁ ଜନସାଧାରଣ ଓ ବୁଦ୍ଧିଜୀବୀ ମାନେ ଦାବି କରିଛନ୍ତି ଯେ ବିଭିନ ଖବରକାଗଜ ଓ ଟିଭି ଚେନେଲ ମାନଙ୍କରେ ଦୁଇ ବର୍ଷ ତଳୁ ବାରମ୍ବାର ଖବର ପ୍ରସାରଣ କରାଯାଇଥିବା ସତ୍ତ୍ୱେ ବି ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇନାହିଁ,ଏପରିକି ଜୁଲାଇ ମାସ ୨୦୧୯ ମସିହାରେ ବେଗୁନିଆପଡା ବ୍ଳକରେ ଜିଲ୍ଲାପାଳଙ୍କ ଦ୍ୱାରା ଚାଲିଥିବା ଜନ ଅଭିଯୋଗ ଶୁଣାଣିରେ ମଧ୍ୟ ଏହି ଉପରେ ଆଲୋଚନା ହୋଇଥିଲା । ଏବଂ ଗଂଜାମ ରେ ଚାଲିଥିବା ସମସ୍ତ ବେଆଇନ ନକଲି ପାଣି ଫେକ୍ଟ୍ରି, କୋଲଡ୍ରିଙ୍କ ସମେତ ସମସ୍ତ ନକଲି କାରଖାନା ବନ୍ଦ କରିବାକୁ ମଧ୍ୟ ନିର୍ଦେଶ ଦେଇଥିଲେ କିନ୍ତୁ ଏଯାବତ ଫଳ ଶୂନ। ଏଠି ପ୍ରଶ୍ନ ଉଠୁଛି ଯେ କାହା ବାହୁଛାୟା ତଳେ ରହି ଚାଲୁଚି ବିଭିନ୍ନ ନକଲି ଫେକ୍ଟ୍ରି ମାନ! ଫାକ୍ଟ୍ରିରେ ତିଆରି ହେଉଥିବା ସାମଗ୍ରୀର ନମୁନା ମଧ୍ୟ ପରିକ୍ଷଣ କରାଯାନଥିବା ବେଳେ ଖୁଲମଖୁଲା ମଧ୍ୟ ଏହି ବିକ୍ରୀ ହେଉଛି। ଯାହା ଫଳରେ କି ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାର ସମ୍ଭାବନା ଅଛି। ଏଣୁ ତୁରନ୍ତ ସ୍ଥାନୀୟ ପୋଲିସ,ପ୍ରଶାସନଙ୍କ ସମେତ ଜିଲ୍ଲାପାଳ ମହୋଦୟ ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ