ଭାରତୀୟ ସମ୍ବିଧାନର ମୁଖବନ୍ଧକୁ ସଙ୍କୁଚିତ କରୁଛି ବିଜେପି ସରକାର:-ପଞ୍ଚାନନ କାନୁନ୍‌ଗୋ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ): କେନ୍ଦ୍ରାପଡା ଜିଲ୍ଲା କଂଗ୍ରେସ ଭବନରେ କେନ୍ଦ୍ରାପଡା ଜିଲ୍ଲା ଓକିଲ ସଂଘର ପୂର୍ବତନ ସଭାପତି ଧୃବଚରଣ ଜେନାଙ୍କ ଅଧ୍ୟକ୍ଷତାରେ କଂଗ୍ରେସ ଲିଗାଲସେଲ୍‌ର ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନା ଚକ୍ରରେ “ଆମ ସମ୍ବିଧାନ କେତେ ସୁରକ୍ଷିତ” ବିଷୟ ଉପରେ ଓପିଶାର ଲବ୍ଧ ପ୍ରତିଷ୍ଠିତ ଓକିଲ, ସମ୍ବିଧାନ ବିଶେଷଜ୍ଞ ଓ ସାମାଜିକ କର୍ମୀ ଯୋଗଦେଇ ଆଲୋଚନାରେ ଭାଗ ନେଇଥିଲେ । ଭାରତୀୟ ସମ୍ବିଧାନ ଓ ଭାରତୀୟ ଗଣତନ୍ତ୍ର ଏବେ ବିପଦରେ ଅଛି ବୋଲି ବରିଷ୍ଠ ଓକିଲମାନେ ମତବ୍ୟକ୍ତ କରିଥିଲେ । ବୈଠକରେ ପୂର୍ବତନ ଅର୍ଥମନ୍ତ୍ରୀ ପଞ୍ଚାନନ କାନୁନ୍‌ଗୋ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ ଭାରତର ଏନ୍‌ଡିଏ ସରକାର ସମ୍ବିଧାନର ମୁଖବନ୍ଧକୁ ସଙ୍କୁଚିତ କରିବାକୁ ଉଦ୍ୟମ କରୁଛି । ଭାରତୀୟ ନାଗରିକମାନେ ମୌଳିକ ଅଧିକାର ହରାଇ ଭୀତତ୍ରସ୍ତ ଅବସ୍ଥାରେ ଅଛନ୍ତି । ଯେଉଁମାନେ ସମ୍ବିଧାନ ସୁରକ୍ଷା ଓ ଗଣତନ୍ତ୍ରର ରକ୍ଷାପାଇଁ ସ୍ୱର ଉଠାଉଛନ୍ତି ସେମାନଙ୍କୁ ଦେଶଦ୍ରୋହୀ ଆତତାୟୀ ଓ ଜେଲ ଭୟ ଦେଖାଇ ଚପାଇ ଦେବାକୁ ଉଦ୍ୟମ ହେଉଛି । ଓଡିଶା ରାଜ୍ୟ କଂଗ୍ରେସ ଆଇନସେଲ୍ ଅଧ୍ୟକ୍ଷ ସୁରେନ୍ଦ୍ର କର ଯୋଗଦେଇ କହିଥିଲେ ଯେ ଓଡିଶାର ସମସ୍ତ କଂଗ୍ରେସ କର୍ମୀଙ୍କୁ ଆଇନଗତ ସୁରକ୍ଷା ଦିଆଯିବ ଓ ଗଣତନ୍ତ୍ରକୁ ସୁରକ୍ଷା ଦିଆଯିବ । ହାଇକୋର୍ଟର ବରିଷ୍ଠ ଆଇନଜୀବି ଧରଣୀଧର ନାୟକ କହିଲେ ରାବଣକୁ ଜଟାୟୁ ପ୍ରତିରୋଧ କଲାଭଳି ଗଣତନ୍ତ୍ର ଓ ସମ୍ବିଧାନର ସୁରକ୍ଷା ପାଇଁ ପ୍ରତ୍ୟେକ କଂଗ୍ରେସ ପରିବାର ବଦ୍ଧ ପରିକର । ଏହି ବୈଠକରେ ପୁର୍ବତ୍ତନ ମନ୍ତ୍ରୀ ଗଣେଶ୍ୱର ବେହେରା,ଅଖିଳ ଭାରତ କଂଗ୍ରେସ କମିଟି ସଦସ୍ୟ ହଳଧର ସେଠୀ, କୁଳମଣି ଦାସ, ଜିଲ୍ଲା କଂଗ୍ରେସ ଆଇନ ସେବା ସେଲ୍‌ର ଅଧ୍ୟକ୍ଷ ସୁରେଶ ଚନ୍ଦ୍ର ପ୍ରଧାନ,ବିଧୁଭୂଷଣ ମହାପାତ୍ର, ବିଚିତ୍ରାନନ୍ଦ ମହାନ୍ତି, ଧରଣୀଧର ସୁଆର, ସୁଶ୍ରୀ କୁମାରୀ ନାୟକ, ସୁଶାନ୍ତ କୁମାର ମହାନ୍ତି,ବିଭୁତି ଭୂଷଣ ଦାସ, ସେକ୍ ଅନସାର ଅଲ୍ଲୀ, ଦିଲ୍ଲିପ କୁମାର ସାହୁ, ରଶ୍ମୀରଞ୍ଜନ ପଣ୍ଡା, ମଣ୍ଟୁ ମଲ୍ଲିକ, ପ୍ରମୋଦ କୁମାର ପଣ୍ଡା, ସୁଧିର କୁମାର ଦାସ, ଫକିର ଚରଣ ପ୍ରଧାନ, ମହମ୍ମଦ ନଇମ୍‌, ଯାଜପୁର ଜିଲ୍ଲାର ବରିଷ୍ଠ ଆଇନଜୀବି ରାଜୀବ କୁମାର ମହାପାତ୍ର, ନିତାଇ ଚାନ୍ଦ ମହାନ୍ତି, ସୁଧିର ଦାସ ପ୍ରମୁଖ ଯୋଗଦେଇ ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ କଂଗ୍ରେସ ଓବିସି ସେଲର ଉପସଭାପତି ଫକୀର ଚରଣ ଖଟୁଆ, ମୁକ୍ତାର ଖାଁ, ସତ୍ୟପ୍ରିୟ ସାମଲ, ସର୍ବେଶ୍ୱର ସେଠୀ, ଶିବ ପ୍ରସାଦ ବିଶ୍ୱାଳ, ଗୋପାଳ କୃଷ୍ଣ ଜେନା, ପ୍ରମୋଦ ରାଉତ, ଅଜିତ କୁମାର ସୁଆର, ପୂର୍ଣ୍ଣଚନ୍ଦ୍ର ଭଦ୍ର, ସେକ୍ ମେହବୁବ ଜାନ ପ୍ରମୁଖ ଉପସ୍ଥିତ ରହିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ