ବିଡିଓଙ୍କ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା
ବାରିକପୁର,(ଓ୍ବାଇଏନ୍ଏସ୍): ଭଣ୍ଡାରିପୋଖରୀ ବ୍ଲକ ଜଳମଣ୍ଡୁଆ ପଞ୍ଚାୟତକୁ ବିଡିଓ ବିଜୟ କୁମାର ସାହୁ ଆଜି ପରିଦର୍ଶନ କରିଥିଲେ । ଆବାସ ଯୋଜନା ନିର୍ମାଣାଧିନ ଗୃହ ଗୁଡିକୁ ବିଡିଓ ବୁଲି ଦେଖିଥିବାବେଳେ କାମର ଅଗ୍ରଗତି ନେଇ ହିତାଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏହାସହିତ ଗୋଷ୍ଠୀ ପରିମଳ କେନ୍ଦ୍ର ମଧ୍ୟ ପରିଦର୍ଶନ କରିଥିଲେ । ପରେ ପଞ୍ଚାୟତ କାର୍ଯ୍ୟାଳୟ ଠାରେ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟ ସମ୍ପର୍କରେ ସମୀକ୍ଷା କରିଥିବାବେଳେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ବିଡିଓଙ୍କ ସହିତ ସରପଞ୍ଚ ଜଗବନ୍ଧୁ ଦାସ, କାର୍ଯ୍ୟନିର୍ବାହୀ ଅଧିକାରୀ , ଜିଆରଏସ ଓ ଅନ୍ୟାନ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ ଥିଲେ ।


