ବେଗୁନିଆପଡା ବ୍ଲକରେ ମନରେଗାରେ ଚାରାରୋପଣ ଦୁର୍ନୀତି ଅଭିଯୋଗ ଭିଜିଲାନ୍ସ ତଦନ୍ତ ହେଲେ ଫିଟିବ ଗୁମର
କୋଦଳା,(ଗୁଲସନ କୁମାର କର): ବେଗୁନିଆପଡା ବ୍ଲକ ର ଅନେକ ପଞ୍ଚାୟତ ଗୁଡିକରେ ମନରେଗା ଯୋଜନାରେ ଗଛ ଲଗାଇବା ନାମରେ ଲକ୍ଷ ଲକ୍ଷ ଟଙ୍କା ହରିଲୁଟ କରିଦେଉଛନ୍ତି। ଯେପରିକି ଏହି ବ୍ଲକ ଅନ୍ତର୍ଗତ ନିମିନା ଗ୍ରାମରେ ମଧ୍ୟ ଠିକ ସେହି ପ୍ରକାରର ଟଙ୍କା ହଡ଼ପକୁ ନେଇ ସ୍ଥାନୀୟ ବାସିନ୍ଦାଙ୍କ ଅଭିଯୋଗ କ୍ରମେ ଜଙ୍ଗଲ ବିଭାଗ ଘଟଣାର ତଦନ୍ତ କରିଛି।ଏପରିକି ଜନୈକ ମହିଳା ଫରେଷ୍ଟ ଗାର୍ଡ ଜଣକ ଟଙ୍କା ନଦେଲେ ପୋଲିସ ରେ ଦେବେ ବୋଲି ଧମକ ଦେଇଥିଲେ।ଏହାପରେ ସେମାନେ ଟଙ୍କା ବେଗୁନିଆପଡା ଆଇଓବି ଶାଖାରୁ ଉଠାଇ ଦେଇଥିଲେ।କିନ୍ତୁ ତାଙ୍କ ଆକାଉଣ୍ଟ କୁ ୪୦ ହଜାର ଟଙ୍କା ମଜୁରୀ ବାବଦରେ ଆସିଥିଲା ବୋଲି ତଦନ୍ତକାରୀ ଟିମ୍ ନିକଟରେ ବୟାନ ଦେଇଛନ୍ତି ବନବିହାରୀ।ଏହି ଘଟଣା ୨୦୧୭-୧୮ ରୁ ୨୦୨୦-୨୧ ଆର୍ଥିକ ବର୍ଷ ରେ ତତ୍କାଳୀନ ଖଲ୍ଲିକୋଟ ରେଞ୍ଜରଙ୍କ ସମୟରେ ହୋଇଥିବା ଅଭିଯୋଗ ହୋଇଛି।ଭିଜିଲାନ୍ସ ତଦନ୍ତ କଲେ ସମସ୍ତ ରହସ୍ୟ ଉନ୍ମୋଚିତ ହେବ ବୋଲି ସାଧାରଣରେ ପ୍ରକାଶ ପାଇଛି। କେଵଳ ଯେ ଚାରା ଦୁର୍ନୀତି ନୁହେଁ ବେଗୁନିଆପଡା ବ୍ଲକ ରେ ଅନେକ ପ୍ରକାର ଦୁର୍ନୀତି ହେଉଛି ଯାହାକି ଆବାସ ଯୋଜନା, ମଧୁବାବୁ ପେନସନ ଯୋଜନା, ମନରେଗା ରେ ଆସୁଥିବା ଅନେକ କାମ,ଶିଶୁ ପ୍ରକଳ୍ପ ଯୋଜନା ରେ ଆସୁଥିବା ଖାଦ୍ୟ ମଧ୍ୟ ହରିଲୁଟ କରୁଛନ୍ତି, ଯାହାକୁ ନେଇକି ବିଭିନ୍ନ ସମୟରେ ବିଭିନ୍ନ ଗଣମାଧ୍ୟମରେ ଖବର ମଧ୍ୟ ପ୍ରକାଶ ପାଇଛି। ତେଣୁ ଏହି ଭଳି ଦୁର୍ନୀତିକୁ କିଭଳି ଆଗକୁ ରୋକାଯାଇପାରିବ ସେ ଉପରେ ସମସ୍ତଙ୍କ ନଜର ରହିଛି।